ଯାଜପୁର: କୋରେଇର ଦୁଲାଖା ପାଟଣାରେ ବୈତରଣୀ ନଦୀ ଉପରେ ବିଜୁସେତୁର ଶିଳାନ୍ୟାସ ହୋଇଛି । 32କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ବ୍ରିଜ ଦୁଇ ବର୍ଷ ମଧ୍ୟରେ ଶେଷ ହେବା ପାଇଁ ଧାର୍ଯ୍ୟ କରାଯାଇଛି । ସେତୁ ନିର୍ମାଣ ହେଲେ ବନ୍ୟା ସମୟରେ ବନ୍ଦାଳ, ରଣପୁର ଓ ମକୁନ୍ଦପୁର ଆଦି କୋରେଇ ବ୍ଳକର 7ଟି ପଞ୍ଚାୟତର ଲୋକେ ବାହ୍ୟ ଜଗତରୁ ବିଛିନ୍ନ ହେବେ ନାହିଁ ବୋଲି କୁହାଯାଉଛି ।
କୋରେଇର ଦୁଃଖ ଦୂର, ଖୁବଶୀଘ୍ର ନିର୍ମାଣ ହେବ ବିଜୁସେତୁ
କୋରେଇର ଦୁଲାଖା ପାଟଣାରେ ବୈତରଣୀ ନଦୀ ଉପରେ ବିଜୁସେତୁର ଶିଳାନ୍ୟାସ ହୋଇଛି । 32କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ବ୍ରିଜ ଦୁଇ ବର୍ଷ ମଧ୍ୟରେ ଶେଷ ହେବା ପାଇଁ ଧାର୍ଯ୍ୟ କରାଯାଇଛି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
ଶିଳାନ୍ୟାସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମହିଳା ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ କୋରେଇ ବିଧାୟକ ଆକାଶ ଦାସନାୟକ ଯୋଗ ଦେଇଛନ୍ତି । ଏହି ସେତୁ ନିର୍ମାଣ ପାଇଁ ଦୀର୍ଘ ବର୍ଷ ଧରି ଦାବି ହୋଇ ଆସୁଥିବାବେଳେ ସେତୁ ହେବା ଫଳରେ ଭଦ୍ରକ ଓ ଯାଜପୁର ଜିଲ୍ଲା ମଧ୍ୟରେ ଗମନାଗମନ, ସାମାଜିକ ଓ ଅର୍ଥନୈତିକ ବିକାଶ ହୋଇପାରିବ ବୋଲି ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ