ଯାଜପୁର: ଜମିଜମା ବିବାଦକୁ ନେଇ ବରୀ ଥାନା ଅଧିକାରୀଙ୍କ ପକ୍ଷପାତିତା । ଏହାକୁ ନେଇ ପାଣିକୋଇଲି ସ୍ଥିତ ପୋଲିସ ମୁଖ୍ୟାଳୟରେ ଏସପିଙ୍କୁ ଅଭିଯୋଗ କଲେ ନାବାଳିକା । ବରୀ ଥାନା ଖମେଶ୍ୱର ଗାଁ ଦିଲ୍ଲୀପ କୁମାର ନାୟକ ଓ ଘର ନିକଟରେ ରହୁଥିବା ପ୍ରଫୁଲ୍ଲ ନାୟକଙ୍କ ମଧ୍ୟରେ ଜମିଜମା ବିବାଦ ଏବେ ମୁଣ୍ଡ ଟେକିଛି । ଦିଲ୍ଲୀପ ନାୟକଙ୍କ ଅଭିଯୋଗ ଅନୁଯାୟୀ ବାଡିରେ ଥିବା ୫ ଗୁଣ୍ଠ ଜାଗାକୁ ଏବେ ଜୋର ଜବରଦସ୍ତ ପ୍ରଫୁଲ୍ଲ ନାୟକ ନିଜର ବୋଲି ଦାବି କରୁଛନ୍ତି । ଦିଲ୍ଲୀପଙ୍କ ପରିବାର ଲୋକେ ଜମିକୁ ଗଲେ ପ୍ରଫୁଲ୍ଲଙ୍କ ପରିବାର ଲୋକେ ଆକ୍ରମଣ କରୁଥିବା ବରୀ ଥାନାରେ ଅଭିଯୋଗ କରିଥିଲେ ।
ଜମିଜମା ବିବାଦ ନେଇ ବରୀ ଥାନା ଅଧିକାରୀଙ୍କ ପକ୍ଷପାତିତା, ଅଭିଯୋଗ କଲେ ନାବାଳିକା
ଜମିଜମା ବିବାଦକୁ ନେଇ ବରୀ ଥାନା ଅଧିକାରୀଙ୍କ ପକ୍ଷପାତିତା। ଏହାକୁ ନେଇ ପାଣିକୋଇଲି ସ୍ଥିତ ପୋଲିସ ମୁଖ୍ୟାଳୟରେ ଏସପିଙ୍କୁ ଅଭିଯୋଗ କଲେ ନାବାଳିକା ।
ସେପଟେ ଦିଲ୍ଲୀପ ପରିବାର ନାଁରେ ମଧ୍ୟ ପ୍ରଫୁଲ୍ଲ ପାଲଟା ଅଭିଯୋଗ କରିଥିଲେ। ତେବେ ବରୀ ପୋଲିସ ଦିଲ୍ଲୀପଙ୍କ ଅଭିଯୋଗକୁ ନଶୁଣି ଓଲଟା ପ୍ରଫୁଲଙ୍କ ପରିବାରକୁ ଗୁରୁତ୍ୱ ଦେଇ ଦିଲ୍ଲୀପ ଓ ତାଙ୍କ ଝିଅକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ତେବେ ବାପା ଓ ଭଉଣୀ ଜେଲରେ ଥିବା ବେଳେ ବରୀ ପୋଲିସ ପୁନଶ୍ଚ ଦିଲ୍ଲୀପଙ୍କ ନାବାଳିକା ଝିଅକୁ ବାଡେଇ ବା ସହି ଘରର ଆସବାପାତ୍ର ନେଇ ଯାଇଥିବା ଆଜି ପାଣିକୋଇଲି ସ୍ଥିତ ପୋଲିସ ମୁଖ୍ୟଳୟରେ ଏସପି ରାହୁଲ ପିଆରଙ୍କୁ ଦିଲ୍ଲୀପଙ୍କ ନାବାଳିକା ଝିଅ ଅଭିଯୋଗ କରିଛନ୍ତି । ଏଥିସହିତ ବରୀ ପୋଲିସ ଦିଲ୍ଲୀପଙ୍କ ପରିବାରକୁ କୌଣସି ସହଯୋଗ ନକରି ପକ୍ଷପାତିତା କରୁଥିବା ନାବାଳିକା ଜମଙ୍କ ଏସପିଙ୍କ ନିକଟରେ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଛନ୍ତି।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ