ଓଡିଶା

odisha

ETV Bharat / state

ବିରଜାଙ୍କ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରୁ ଆସିଲା ବାରପାଟିଆ - ଶ୍ରୀକ୍ଷେତ୍ରରୁ ଆସିଲା ବାରପାଟିଆ

ଶାରଦୀୟ ଦୂର୍ଗାପୂଜା ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥଯାତ୍ରା ଅନୁଷ୍ଠିତ ହୁଏ । ପରମ୍ପରା କ୍ରମେ ମା'ଙ୍କ ରଥଯାତ୍ରା ସମୟରେ ଶ୍ରୀମନ୍ଦିରରୁ ଶ୍ରୀଜିଉଙ୍କ ପ୍ରଦତ୍ତ ବସ୍ତ୍ର ମା' ବିରଜାଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯାଇଥାଏ । ଅଧିକ ପଢନ୍ତୁ

ମା' ବିରଜାଙ୍କ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରୁ ଆସିଲା ବାରପାଟିଆ
v

By

Published : Oct 4, 2022, 1:04 PM IST

ଯାଜପୁର: ଶ୍ରାକ୍ଷେତ୍ରରୁ ଆସିଲା ମା' ବିରଜାଙ୍କ ପାଇଁ ବାରପଟିଆ । ଶାରଦୀୟ ଦୁର୍ଗାପୂଜା ଅବସରରେ ଯାଜପୁରରେ ମା' ଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହି ରଥଯାତ୍ରା ପାଇଁ ଶ୍ରୀମନ୍ଦିରରୁ ଆସିଥାଏ ବାରପଟିଆ । ପ୍ରତିବର୍ଷ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହା ବିରଜା ମନ୍ଦିରକୁ ପ୍ରାପ୍ତ ହୋଇଥାଏ ବୋଲି କଥିତ ରହିଛି ।

ମା' ବିରଜାଙ୍କ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରୁ ଆସିଲା ବାରପାଟିଆ

ତେବେ ପରମ୍ପରା କ୍ରମେ ମା' ଙ୍କ ରଥଯାତ୍ରା ସମୟରେ ଶ୍ରାମନ୍ଦିରରୁ ଶ୍ରୀଜିଉଙ୍କ ପ୍ରଦତ୍ତ ବସ୍ତ୍ର ମା' ବିରଜାଙ୍କ ଉଦ୍ଦେଶ୍ୟରେ ପ୍ରେରଣା କରାଯାଇଥାଏ । ଚଳିତ ବର୍ଷ ଏହି ବାରପଟିଆ ନାମକ ବସ୍ତ୍ର ଓ ମହାପ୍ରସାଦକୁ ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂ ରାଠୋର ଉପସ୍ଥିତିରେ ବିରଜା ମନ୍ଦିରର ମୁଖ୍ୟ ସେବାୟତ ଦେବୀ ପ୍ରସାଦ ପାଣି ଓ ଅନ୍ୟାନ୍ୟ ସେବାୟତଙ୍କୁ ପୁରୀରୁ ବାରପଟିଆ ନେଇକି ଯାଇଥିବା ସିଦ୍ଧାର୍ଥ ରାୟ ହସ୍ତାନ୍ତର କରିଛନ୍ତି ।

ତେବେ ମା' ବିରଜାଙ୍କ ସହ ପ୍ରଭୁ ଜଗନ୍ନାଥଙ୍କ ଆଧ୍ୟାତ୍ମିକ ସମ୍ପର୍କ ରହିଛି । ଏଥିସହ ଅନେକ ରୀତିନୀତିରେ ସାମଞ୍ଜସ୍ୟ ମଧ୍ୟ ପରିଲକ୍ଷିତ ହୁଏ । ପ୍ରବାଦ ଅଛି ଯେ ଛତିଆ ନିକଟସ୍ଥ ଗଲଗଲି କ୍ଷେତ୍ରରେ ମହାପ୍ରଭୁ ଜଗନ୍ନାଥ ଓ ମା' ବିରଜାଙ୍କ ସାକ୍ଷାତ ହୁଏ । ପ୍ରଭୁ ଜଗନ୍ନାଥ ଶ୍ରୀକ୍ଷେତ୍ରରୁ ଓ ମା' ବିରଜା ବିରଜା କ୍ଷେତ୍ରରୁ ଆସି ଗଲଗଲି କ୍ଷେତ୍ରରେ ପରସ୍ପର କଥା ହୋଇ ଶେଷରେ ଜଣେ ଅପରକୁ ଗଲ ବୋଲି ପଚାରନ୍ତି ଓ ଉତ୍ତରରେ ଗଲି ବୋଲି ସୂଚନା ପାଆନ୍ତି ।

ବୋଧହୁଏ ଏହି ଗଲ ଓ ଗଲି ର ବାର୍ତ୍ତାଳାପକୁ ନେଇ ଗଲଗଲି ସ୍ଥଳର ନାମ କରଣ ହୋଇଛି ବୋଲି ପ୍ରବାଦ ରହିଛି । ଶ୍ରୀ ଜଗନ୍ନାଥଙ୍କ ବସ୍ତ୍ର ପ୍ରାପ୍ତି ପରେ ବିରଜା ମନ୍ଦିରର ସେବାୟତ, ଜିଲ୍ଲା ପ୍ରଶାସନ ଓ ଜନସାଧାରଣ ଶ୍ରୀମନ୍ଦିର ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details