ଓଡିଶା

odisha

ETV Bharat / state

ବୈତରଣୀରେ ଟଳିଲା ବନ୍ୟା ଆଶଙ୍କା, କମୁଛି ଜଳସ୍ତର

ପ୍ରବଳ ବର୍ଷା ଯୋଗୁଁ ନଦୀ ଗୁଡିକର ବନ୍ୟାଜଳ ବୃଦ୍ଧି ପାଇବାରେ ଲାଗିଥିବାବେଳେ ଚଳିତବର୍ଷ ବୈତରଣୀ ନଦୀରେ ପ୍ରଥମ ବନ୍ୟା ଜଳ ପ୍ରବାହିତ ହୋଇଥିଲା ।

By

Published : Sep 10, 2019, 11:55 AM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ଯାଜପୁର

ଯାଜପୁର: ବିପଦ ସଙ୍କେତରୁ ଟଳିଲା ବୈତରଣୀ । ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ନଦୀରେ ଦେଖାଦେଇଥିଲା ବନ୍ୟା ପରିସ୍ଥିତି । ଏହି କାରଣରୁ ଅନେକ ନଦୀ ଗୁଡିକର ବନ୍ୟାଜଳ ବୃଦ୍ଧି ପାଇବାରେ ଲାଗିଥିବାବେଳେ ଚଳିତବର୍ଷ ବୈତରଣୀ ନଦୀରେ ପ୍ରଥମ ବନ୍ୟା ଜଳ ପ୍ରବାହିତ ହୋଇଥିଲା। ଏହାକୁ ନେଇ ବନ୍ୟା ଆଶଙ୍କାରେ ତଳିଆ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଯାଜପୁର

ଗତକାଲି ଅପରାହ୍ନ ୧ଟା ସମୟରେ ଆଖୁଆପଦାରେ ଜଳସ୍ତର ୧୮.୧୧ ଥିବାବେଳେ ଏହା ଧିରେ ଧିରେ କମିବାରେ ଲାଗିଛି। ବର୍ତ୍ତମାନ ଜଳସ୍ତର 17.18କୁ ଖସିଯିବା ଫଳରେ ଲୋକଙ୍କ ମନରେ ଭୟର ଆଶଙ୍କା ଦୂର ହେଇଛି । ପରିସ୍ଥିତି ବର୍ତ୍ତମାନ ସ୍ବାଭାବିକ ହୋଇଥିବା ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details