ଓଡିଶା

odisha

ETV Bharat / state

ପୂର୍ବ ରାଜନୈତିକ ଶତ୍ରୁତାରୁ ଆକ୍ରମଣ, ଜଣେ ଆହତ - jajpur district news

ଦଶରଥପୁର ବ୍ଲକ ଚଷାଖଣ୍ଡ ପଞ୍ଚାୟତ କରିଯାଙ୍ଗ ଗ୍ରାମରେ ଗୋଷ୍ଠୀ ସଂଘର୍ଷ । ପୂର୍ବ ରାଜନୈତିକ ଶତ୍ରୁତାରୁ ଏପରି ହୋଇଥିବା ସୂଚନା ରହିଛି । ଅଧିକ ପଢନ୍ତୁ...

ପୂର୍ବ ରାଜନୈତିକ ଶତୃତାରୁ ଗୋଷ୍ଠୀ ସଂଘର୍ଷ,  3 ଆହତ
ପୂର୍ବ ରାଜନୈତିକ ଶତୃତାରୁ ଗୋଷ୍ଠୀ ସଂଘର୍ଷ, 3 ଆହତ

By

Published : Mar 13, 2021, 6:12 PM IST

ଯାଜପୁର: ଦଶରଥପୁର ବ୍ଲକ ଚଷାଖଣ୍ଡ ପଞ୍ଚାୟତ କରିଯାଙ୍ଗ ଗ୍ରାମରେ ଜଣକ ଉପରେ ଆକ୍ରମଣ ହୋଇଛି । ପୂର୍ବ ରାଜନୈତିକ ଶତ୍ରୁତାରୁ ଏପରି ହୋଇଥିବା ସୂଚନା ରହିଛି । ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ସ୍ଥାନୀୟ ମାନସ ଦାସ ବୋଲି ଜଣାପଡିଛି । ଚଷାଖଣ୍ଡ ଗ୍ରାମର ଆଶିଷ ମହଲା ଗଣେଶ ମହଲା ଏବଂ ରବି ମହଲା ମାନସଙ୍କୁ ଏକ ଲୁହା ରଡ଼ କାଠ ଫାଳିଆ ଏବଂ ଇଟା ସାହାଯ୍ୟରେ ଆକ୍ରମଣ କରିଥିଲେ । ଏଥିରେ ମାନସ କ୍ଷତାକ୍ତ ହୋଇ ଚେତା ଶୂନ୍ୟ ହୋଇ ପଡ଼ିବାର ଦେଖି କିଛି ଲୋକ ତାଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ଏନେଇ ମଙ୍ଗଳପୁର ଥାନାର ଦ୍ବାରସ୍ଥ ହୋଇଛନ୍ତି ମାନସ ।

ପୂର୍ବ ରାଜନୈତିକ ଶତ୍ରୁତାରୁ ଆକ୍ରମଣ , ଜଣେ ଆହତ10.50.80:6060/reg-lowres/13-March-2021/od-jjr-02-dasarathapur-attack-avb-vis8od10029_13032021131610_1303f_1615621570_603.mp4

ସୂଚନା ଅନୁଯାଇ ମାନସ ଦାସଙ୍କ ସ୍ତ୍ରୀ ମିତାଞ୍ଜଳୀ ଏବଂ ସୁବାଷ ମହଲାଙ୍କ ସ୍ତ୍ରୀ ମନୋରମା ଗତ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିଲେ, ନିର୍ବାଚନ ସମୟ ରୁ ସୁବାଷ ମହଲା (ଅଲିଅl) ଏବଂ ମାନସ ଦାସଙ୍କ ମଧ୍ୟରେ ତିକ୍ତତା ରହିଥିଲା, ଏଥିନେଇ ସୁବାଷ ମହଲା (ଅଲିଆ )ରାଜନୈତିକ ଆକ୍ରୋଶ ରଖି ତାଙ୍କ ଭାଇ ଆଶିଷ, ଗଣେଶ ଏବଂ ବାପା ରବି ମହଲା ଦ୍ବାରା ଆକ୍ରମଣ କରାଇଥିବା ଅଭିଯୋଗ କରିଛନ୍ତି ମାନସ । ସୁବାଷ ମହଲାଙ୍କ ସ୍ତ୍ରୀ ସରପଞ୍ଚ ଥିବାରୁ ସେ ତାଙ୍କ ଭାଇ ମାନଙ୍କୁ ଲଗାଇ ବାରମ୍ବାର ଏଭଳି ଗୁଣ୍ଡାରାଜ କରିଆସୁଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତିଲ । ତେବେ ଏହି ଘଟଣାରେ ଜଣେ ଗିରଫ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଏପର୍ଯ୍ୟନ୍ତ ଧରା ଯାଇନଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details