ଓଡିଶା

odisha

ETV Bharat / state

ସୁକିନ୍ଦା ଖଣି ଅଞ୍ଚଳରେ ତୀରନ୍ଦାଜ ପ୍ରତିଯୋଗିତା ଆୟୋଜିତ

ଯାଜପୁର ଜିଲ୍ଲାର ସୁକିନ୍ଦା ଖଣି ଅଞ୍ଚଳରେ ଓଏମ୍‌ସିର ସହଯୋଗରେ ସୌରିକ ଆଥଲେଟିକ୍ସ ଆସୋସିଏସନ ପକ୍ଷରୁ ତୀରନ୍ଦାଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।

archery-competition-origanised-by-sourik-atheletics-association-in-sukinda-mines-area-of-jajpur-district
ସୁକିନ୍ଦା ଖଣି ଅଞ୍ଚଳରେ ତୀରନ୍ଦାଜ ପ୍ରତିଯୋଗୀତା

By

Published : Feb 8, 2020, 5:44 PM IST

ଯାଜପୁର: ଜିଲ୍ଲାର ସୁକିନ୍ଦା କାଳିଆପାଣି ଖଣି ଅଞ୍ଚଳରେ ଗ୍ରାମାଞ୍ଚଳ ତୀରନ୍ଦାଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସୌରିକ ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ୪୮୭ ଜଣ ଆଦିବାସୀ ପୁରୁଷ ଓ ମହିଳା ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ପରେ ପୁରଷ୍କାର ବିତରଣ ଉତ୍ସବରେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ ମୁଖ୍ୟ ଅତିଥି ଓ ଓଏମ୍‌ସିର ଆଞ୍ଚଳିକ ପରିଚାଳକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ପ୍ରତିଯୋଗିତାରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ଅତିଥି ନଗଦ ପୁରଷ୍କାର ଓ ଟ୍ରଫି ପ୍ରଦାନ କରିଥିଲେ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏଭଳି ଏକ ପ୍ରତିଯୋଗୀତା ଆୟୋଜନ କରାଯାଇଥିବାରୁ ସ୍ଥାନୀୟ ଆଦିବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା । ଏହି ପ୍ରତିଯୋଗୀତା ଆୟୋଜନରେ ଓଏମ୍‌ସି ସହଯୋଗ କରିଥିଲା ।

ସୁକିନ୍ଦା ଖଣି ଅଞ୍ଚଳରେ ତୀରନ୍ଦାଜ ପ୍ରତିଯୋଗୀତା
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details