ଓଡିଶା

odisha

ETV Bharat / state

ପୂର୍ବ ଶତ୍ରୁତା ନେଇ ମହିଳାଙ୍କୁ ମାରିଦେବାକୁ ଧମକ ! - ଯାଜପୁର

ଯାଜପୁର ଜିଲ୍ଲା ଶଙ୍ଖଚିଲା ଗାଁର ଜନୈକ ଯୁବକ ପୂର୍ବ ଶତ୍ରୁତାକୁ ନେଇ ମହିଳାଙ୍କୁ ମାରିଦେବାକୁ ଧମକ ଅଭିଯୋଗ । ଏନେଇ ପାଣିକୋଇଲି ଥାନାର ଦ୍ବାରସ୍ଥ ହୋଇଛନ୍ତି ମହିଳା । ଅଧିକ ପଢନ୍ତୁ

Allegations of threatening
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମହିଳାଙ୍କୁ ମାରିଦେବାକୁ ଧମକ ଅଭିଯୋଗ

By

Published : Nov 15, 2021, 9:02 PM IST

ଯାଜପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମହିଳାଙ୍କୁ ଆକ୍ରମଣ ଧମକ ଅଭିଯୋଗ । ଯାଜପୁର ଜିଲ୍ଲା ଶଙ୍ଖଚିଲା ଗାଁର ଜନୈକ ଯୁବକ ପୂର୍ବ ଶତ୍ରୁତାକୁ ନେଇ ମହିଳାଙ୍କୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଏନେଇ ପାଣିକୋଇଲି ଥାନାର ଦ୍ବାରସ୍ଥ ହୋଇଛନ୍ତି ମହିଳା ।

ସୂଚନା ମୁତାବକ ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଞ୍ଚଳର ଜନୈକ ଯୁବତୀଙ୍କ ଭଉଣୀ ପାଣିକୋଇଲି ଥାନା ଶଙ୍ଖଚିଲା ଅଞ୍ଚଳରେ ବିବାହ କରିଥିଲେ । ତେବେ ବିବାହ ପରେ ଜନୈକ ଯୁବତୀ ଅଧିକାଂଶ ସମୟରେ ଭଉଣୀର ଶାଶୁ ଘରକୁ ବୁଲିବାକୁ ଆସନ୍ତି। ଏହା ଭିତରେ ଭଉଣୀର ସାନ ଦିଅର ସହିତ ଯୁବତୀଙ୍କ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଏଥି ସହିତ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଅନେକ ସମୟ ଭଉଣୀର ସାନ ଦିଅର ଶାରୀରିକ ସମ୍ପର୍କ ରଖିବା ପରେ ଆଉ ବିବାହ ପାଇଁ ରାଜି ହେଇନଥିଲା ବୋଲି ଅଭିଯୋଗ ହୋଇଛି । ଏହାକୁ ନେଇ ଯୁବତୀ ଜଣକ ଭଉଣୀର ସାନ ଦିଅର ନାଁରେ ପାଣିକୋଇଲି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତ ଯୁବକକୁ କୋର୍ଟ ଚାଲାଣ କରିଥିଲା ।

ତେବେ ଏହା ଭିତରେ ଯୁବକ ଜଣକ ଜେଲରୁ ମୁକୁଳି ଯୁବତୀଙ୍କୁ ମାରିଦେବାକୁ ଧମକ ଦେବା ସହିତ ବିବାହ କରିବାକୁ ପ୍ରସ୍ତୁତ ହେଉଥିବା ଆଜି ଅଭିଯୋଗ କରି ପାଣିକୋଇଲି ଥାନାରେ ପୁନର୍ବାର ଭଉଣୀର ସାନ ଦିଅର ନାଁରେ ଏତଲା ଦେବା ସହିତ ନ୍ୟାୟ ପାଇଁ ଥାନା ଅଧିକାରୀ ସୁଶୀଳ କୁମାର ନାୟକଙ୍କ ନିକଟରେ ନିବେଦନ କରିଥିବା ଜଣାପଡିଛି। ସେପଟେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details