ଓଡିଶା

odisha

ETV Bharat / state

ଘରୋଇ ହିଂସା ଅଭିଯୋଗ, ନ୍ୟାୟ ପାଇଁ ଦାବି କଲେ ପୀଡିତା - domestic violence

ଯାଜପୁର ଜିଲ୍ଲା ଛୋଟରାୟପୁର ଗାଁରେ ଶାଶୁଘର ଲୋକଙ୍କ ବିରୁଦ୍ଧରେ ଘରୋଇ ହିଂସା ଅଭିଯୋଗ । ଅଭିଯୁକ୍ତଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲେ ପୀଡିତା । ଅଧିକ ପଢନ୍ତୁ...

ଘରୋଇ ହିଂସା ଅଭିଯୋଗ, ନ୍ୟାୟ ପାଇଁ ଦାବି କଲେ ପୀଡିତା
ଘରୋଇ ହିଂସା ଅଭିଯୋଗ, ନ୍ୟାୟ ପାଇଁ ଦାବି କଲେ ପୀଡିତା

By

Published : Jun 25, 2021, 7:30 PM IST

ଯାଜପୁର: ମହିଳାଙ୍କ ବିରୁଦ୍ଧରେ ଘରୋଇ ହିଂସା ଅଭିଯୋଗ ।ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ଛୋଟରାୟପୁର ଗାଁରୁ ଏଭଳି ଅଭିଯୋଗ ଆସିଛି । ଗାଁର ହୃଷିକେଶ ଅଧିକାରୀଙ୍କ ପତ୍ନୀ ପ୍ରିତିମୟୀଙ୍କୁ ତାଙ୍କ ଶାଶୁଘର ଲୋକେ ହତ୍ୟା କରିବାକୁ ଉଦ୍ୟମ କରିବା ସହ ବାରମ୍ବାର ନିର୍ଯ୍ୟାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି ।

ଘରୋଇ ହିଂସା ଅଭିଯୋଗ, ନ୍ୟାୟ ପାଇଁ ଦାବି କଲେ ପୀଡିତା

ଅଭିଯୋଗ ଅନୁଯାୟୀ, ଗତ 2 ମାସ ତଳେ ପ୍ରିତିମୟୀଙ୍କ ଶାଶୁଘର ଲୋକେ ତାଙ୍କ ଉପରେ କିରୋସିନି ଢାଳି ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ । ଏନେଇ ସେ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ । ମହିଳାଙ୍କ ସ୍ବାମୀ ଜଣେ ଭିନ୍ନକ୍ଷମ ବ୍ୟକ୍ତି ହୋଇଥିବାବେଳେ ପରିବାର ଲୋକେ ବାରମ୍ବାର ତାଙ୍କୁ ନିର୍ଯ୍ୟାତନା ଦେଇଆସୁଥିବା ଜଣାପଡିଛି । ଏପରିକି ଏନେଇ ସେ ଅନେକ ଥର ଥାନାରେ ଅଭିଯୋଗ କରିବା ସତ୍ତ୍ବେ ଅଭିଯୁକ୍ତମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବା ସେ କହିଛନ୍ତି । ଏଥିସହ ସେମାନଙ୍କ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ମହିଳା ଦାବି କରିଛନ୍ତି । ସ୍ଥାନୀୟ ଗ୍ରାମବାସୀ ମଧ୍ୟ ଏନେଇ ପୋଲିସ ପ୍ରଶାସନ ନିକଟରେ ଆପତ୍ତି ଜଣାଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details