ଯାଜପୁର:ପୁରୀରେ ସାମ୍ବାଦିକଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣା ନେଇ ପ୍ରତିବାଦ କରାଯାଇଛି । ଏନେଇ ସୋମବାର ଯାଜପୁରରେ ସାମ୍ବାଦିକ ସଂଗଠନ ଏସୟୁଜେର ଜିଲ୍ଲା ଶାଖା ପକ୍ଷରୁ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।
ସଂଗଠନର ରାଜ୍ୟ ସାଧାରଣ ସମ୍ପାଦକ କୈଳାସ ନାୟକଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଯାଜପୁର ଏସ ପି ଚରଣ ସିଂ ମୀନାଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଛନ୍ତି। ସାମ୍ବାଦିକଙ୍କୁ ଆକ୍ରମଣ କରିଥିବା ଫରେଷ୍ଟ ଗାର୍ଡଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରାଯାଇଛି।