ଓଡିଶା

odisha

ETV Bharat / state

ସର୍ବଭାରତୀୟ ହ୍ୟାଣ୍ଡବଲ ପ୍ରତିଯୋଗିତା ଉଦ୍‌ଯାପିତ

ଛତିଆସ୍ଥିତ ମହାପୁରୁଷ ହାଡିଦାସ ମହାବିଦ୍ୟାଳୟରେ ଆୟୋଜିତ ସର୍ବଭାରତୀୟ ହ୍ୟାଣ୍ଡବଲ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଶେଷ ସନ୍ଧ୍ୟାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହି କୃତି ଦଳକୁ ପୁରସ୍କୃତ କରିଥିଲେ ।  ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

By

Published : Oct 13, 2019, 4:31 PM IST

ଯାଜପୁର: ଉଦ୍‌ଯାପିତ ହୋଇଛି ତିନି ଦିନ ଧରି ଚାଲିଥିବା ସର୍ବଭାରତୀୟ ହ୍ୟାଣ୍ଡବଲ ପ୍ରତିଯୋଗିତା । ଛତିଆସ୍ଥିତ ମହାପୁରୁଷ ହାଡିଦାସ ମହାବିଦ୍ୟାଳୟରେ ଆୟୋଜିତ ହୋଇଥିଲା ଏହି ପ୍ରତିଯୋଗିତା । ଶେଷ ସନ୍ଧ୍ୟାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହି କୃତି ଦଳକୁ ପୁରସ୍କୃତ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ସୂଚନା ଅନୁଯାୟୀ ତିନି ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାର ଫାଇନାଲ ମ୍ୟାଚର ପୁରୁଷ ବିଭାଗରେ ଝାଡଖଣ୍ଡ ଟିମକୁ 16-12 ଗୋଲରେ ପରାସ୍ତ କରି କେନ୍ଦୁଝର ଦଳ ଚାମ୍ପିଅନ ହୋଇଥିଲା ।

ସେହିପରି ମହିଳା ବିଭାଗରେ ଜଗତସିଂହପୁର ଟିମକୁ 21-12 ଗୋଲରେ ପରାସ୍ତ କରି ଆନ୍ଧ୍ରପ୍ରଦେଶ ଦଳ ଚାମ୍ପିଅନ ହୋଇଛି । ଏହି ପ୍ରତିଯୋଗିତାରେ ଓଡିଶା ସମେତ ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ, ପଣ୍ଡିଚେରୀ, ବିହାର ଆଦି ବିଭିନ୍ନ ରାଜ୍ୟର 15ରୁ ଅଧିକ ମହିଳା ଓ ପୁରୁଷ ଦଳ ଅଂଶ ଗ୍ରହଣ କରିଥିଲେ ।

ପ୍ରଥମ ଥର ପାଇଁ ଜିଲ୍ଲା ହ୍ୟାଣ୍ଡବଲ ଆସୋସିଏସନ୍ ଏହି ପ୍ରତିଯୋଗିତାର ସଫଳତାର ସହ ଆୟୋଜନ କରିଥିବାରୁ ଖେଳାଳିମାନେ ବେଶ୍ ପ୍ରଶଂସା କରିଥିଲେ । ଅନ୍ୟପଟେ କାର୍ଯ୍ୟକ୍ରମର ଉଦ୍ଯାପନୀ ସମାରୋହରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟ ଅତିଥିଭାବେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରାଙ୍କ ସମେତ ଅନ୍ୟ ଅତିଥି ଯୋଗ ଦେଇ ଛତିଆକୁ ହ୍ୟାଣ୍ଡବଲ ଖେଳର ଏନ୍ତୁଡିଶାଳ ବୋଲି ବର୍ଣ୍ଣନା କରିଥିଲେ ।

ଏଥିସହ କେନ୍ଦ୍ରମନ୍ତ୍ରୀ ଉଭୟ ଚାମ୍ପିଅନ ଓ ରନରର୍ସଅପ ଦଳକୁ ଟ୍ରଫି ପ୍ରଦାନ କରିବା ସହ ହ୍ୟାଣ୍ଡବଲ ଖେଳରେ ଆନ୍ତର୍ଜାତୀୟସ୍ତରରେ କୃତୀତ୍ବ ଅର୍ଜନ କରିଥିବା ଛତିଆର ଖେଳାଳୀ ବିପ୍ଲବ ବିଶ୍ବାଳଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଆଗାମୀ ଦିନରେ ହ୍ୟାଣ୍ଡବଲ ଖେଳକୁ ଗୁରୁତ୍ବ ଦେବାକୁ ଭାରତ ସରକାର ଉଦ୍ୟମ କରିବେ ବୋଲି କେନ୍ଦ୍ରମନ୍ତ୍ରୀ ଏହି ଅବସରରେ କହିଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details