ଓଡିଶା

odisha

ETV Bharat / state

ଲୁଟର 3 ଦିନ ପରେ ପୋଲିସ ଚୁପ୍ , ହିଡେନ କ୍ୟାମେରାରେ କଏଦ ଲୁଟିବାର ଦୃଶ୍ୟ - ଯାଜପୁର ଲୁଟ୍ ଘଟଣା

ଯାଜପୁର ଜିଲ୍ଳା ଧର୍ମଶାଳା ଥାନା ଜାରକା ବଜାରରେ ଥିବା ଏକ ଗ୍ରୋସରୀ ଗୋଦାମରେ ଗୁରୁବାର ରାତିରେ ହୋଇଥିବା ଲୁଟ୍ ଘଟଣାର ସିସିଟିଭି ଫୁଟେଜ୍ ଥାଇ ବି ଚୁପ୍ ବସିଛି ପୋଲିସ। ଅଧିକ ଖବର ପଢନ୍ତୁ...

ଲୁଟର 3 ଦିନପରେ ପୋଲିସ ଚୁପ୍ , ହିଡେନ କ୍ୟାମେରାରେ କଏଦ୍ ଦୃଶ୍ୟ

By

Published : Oct 27, 2019, 5:11 PM IST

ଯାଜପୁର: ଲୁଟର ତିନିଦିନ ପରେ ମଧ୍ୟ ପୋଲିସ ହାତଖାଲି। ଏ ଘଟଣାର ସିସିଟିଭି ଫୁଟେଜ ଥାଇ ମଧ୍ୟ ଚୁପ୍ ରହିଛି ପୋଲିସ। ଗତ ଗୁରୁବାର ରାତିରେ ଯାଜପୁରର ଧର୍ମଶାଳା ଥାନା ଅଧିନସ୍ଥ ଜାରକା ବଜାରରେ ଥିବା ଏକ ଗ୍ରୋସରୀ ଗୋଦାମରେ ଲୁଟ ହୋଇଥିଲା। ଲୁଟେରା ରାତି ଅଧରେ ପ୍ରାୟ ଅଢେଇ ଲକ୍ଷ ଟଙ୍କାର ଜିନିଷ ଲୁଟି ନେଇଥିଲେ। ଏନେଇ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି।

ଲୁଟ ହୋଇଥିବା ଗ୍ରୋସରୀ ଦୋକାନର ମାଲିକ ହେଉଛନ୍ତି ଜିତେନ୍ଦ୍ର ସାମଲ। ଲୁଟେରା ପ୍ରଥମେ ରାତି ୧୨ଟାରେ ଏକ ପଲସର ବାଇକରେ ଆସି ସମସ୍ତ ସ୍ଥାନକୁ ନିରୀକ୍ଷଣ କରିବା ପରେ ରାତି ୩ଟାରେ ତାଙ୍କ ଗୋଦାମରୁ ଲୁଟକରି ଫେରାର ହୋଇ ଯାଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟପ୍ରଦ ଘଟଣା ହେଉଛି ଗୋଦାମ ବାହାରେ ଲାଗିଥିବା ଗୋଟିଏ କ୍ୟାମେରାର ଦିଗ ପରିବର୍ତ୍ତନ କରି ଲୁଟପାଟ କରିଥିଲେ ଲୁଟେରା। ହେଲେ ସେଠାରେ ଲାଗିଥିବା ହିଡେନ କ୍ୟାମେରାରେ ରେକର୍ଡ ହୋଇଥିଲା ଏ ଘଟଣାର ଲାଇଭ ଦୃଶ୍ୟ। ଏ ଘଟଣାରେ 3 ଜଣ ଲୁଟେରା ସାମିଲ ଥିବା ଜଣାପଡିଛି।

ଲୁଟର 3 ଦିନପରେ ପୋଲିସ ଚୁପ୍ , ହିଡେନ କ୍ୟାମେରାରେ କଏଦ୍ ଦୃଶ୍ୟ

ଏ ଘଟଣା ସମ୍ପର୍କରେ ଜାଣିବା ପରେ ଗୋଦାମମ ମାଲିକ ଜିତେନ୍ଦ୍ର ସାମଲ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ। ହେଲେ ସିସିଟିଭିରେ ଲୁଟେରା ଓ ତାଙ୍କ ଗାଡି ଦୃଶ୍ୟମାନ ହେଉଥିବା ବେଳେ, ପୋଲିସ ଏ ପର୍ଯ୍ୟନ୍ତ ହାତବାନ୍ଧି ବସିଛି। ତେବେ କେଉଁ କାରଣରୁ ପୋଲିସ ଏ ଘଟଣାକୁ ଗୁରୁତର ଭାବେ ନେଉନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details