ଯାଜପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଚାନକ ପରିଦର୍ଶନ କରିଛନ୍ତି ଭାରପ୍ରାପ୍ତ ଜିଲ୍ଲାପାଳ ଇନ୍ଦ୍ରମଣି ନାୟକ । ଡାକ୍ତରମାନେ ସରକାରୀ ଔଷଧ ଲେଖୁଛନ୍ତି କି ନାହିଁ, ଡାକ୍ତରଖାନା ପରିସର ସପାଂ ଅଛି କି ନାହିଁ ଏହାର ତଦାରଖ କରିଥିଲେ ଜିଲ୍ଲାପାଳ ।
ଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନରେ ଡାକ୍ତରଖାନାରେ ଅନେକ କର୍ମଚାରୀ ଅନୁପସ୍ଥିତ ରହିଥିଲେ। ଯେଉଁମାନେ କର୍ତ୍ତବ୍ୟରେ ଅବହେଳା କରିଛନ୍ତି ଏବଂ ଅନୁପସ୍ଥିତ ଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭାରପ୍ରାପ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।