ଓଡିଶା

odisha

ETV Bharat / state

ବୈତରଣୀକୁ ଗାଧୋଇବାକୁ ଯାଇ ଫେରିଲେନି କଲେଜ ଛାତ୍ର

ଯାଜପୁର ଜିଲ୍ଲା ବୈତରଣୀ ନଦୀରେ ଅଘଟଣ । ଗାଧୋଇ ବାକୁ ଯାଇ ବୁଡିଗଲେ କଲେଜ ଛାତ୍ର । ମୃତକ ଜଣକ ହେଲେ କୋରକୋରା ଗ୍ରାମର ଅଭିମନ୍ୟୁ ମହାନ୍ତିଙ୍କ ପୁଅ ଅଭିଜିତ ମହାନ୍ତି ।

By

Published : May 10, 2019, 7:47 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ଯାଜପୁର

ଯାଜପୁର: ଗାଧେଇବାକୁ ଯାଇ ନଦୀରେ ବୁଡ଼ିଗଲେ କଲେଜ ଛାତ୍ର । ମୃତକ ଜଣକ ହେଲେ ଯାଜପୁର ଥାନା ଅଧିନସ୍ଥ କୋରକୋରା ଗ୍ରାମର ଅଭିମନ୍ୟୁ ମହାନ୍ତିଙ୍କ ପୁଅ ଅଭିଜିତ ମହାନ୍ତି । ସେ ନିଜ ସାଙ୍ଗ ମାନଙ୍କ ସହ ବୈତରଣୀ ନଦୀକୁ ଗାଧେଇବାକୁ ଯାଇଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଯାଜପୁର

ଏହି ଘଟଣା ପରେ ସ୍ଥାନୀୟ ଲୋକେ ଓ ଦମକଳ ବାହିନୀ ଅଭିଜିତଙ୍କୁ ବହୁ ଖୋଜାଖୋଜି କରି ଉଦ୍ଧାର କରିଥିଲେ । ସେଠାରୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଅଭିଜିତ ସ୍ଥାନୀୟ ଯାଜପୁର ଏନ.ସି. କଲେଜର ବାଣିଜ୍ୟ ବିଭାଗର ଛାତ୍ର ଥିଲେ । ତାଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details