ଓଡିଶା

odisha

ETV Bharat / state

ନିୟନ୍ତ୍ରଣ ହରାଇ ବସ୍‌କୁ ଧକ୍କା ଦେଲା କାର୍‌, ଡ୍ରାଇଭର ମୃତ, 15ରୁ ଊର୍ଦ୍ଧ୍ବ ଆହତ

ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ରଗଡି ଛକ ନିକଟରେ ବସ୍‌କୁ ସାମ୍ନା ପଟୁ ଧକ୍କା ଦେଲା କାର। ଘଟଣା ସ୍ଥଳରେ କାର ଡ୍ରାଇଭର ମୃତ । 15ରୁ ଊର୍ଦ୍ଧ୍ବ ଆହତ।

By

Published : Apr 20, 2019, 1:28 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର


ଯାଜପୁର: ଜିଲ୍ଲାର କୋରେଇ ଥାନା ଅଧିନସ୍ଥ ରଗଡି ଛକ ନିକଟରେ ଘଟି ଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ନିୟନ୍ତ୍ରଣ ହରାଇ ଏକ କାର୍ ସାମ୍ନାରୁ ବସ୍‌କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 15ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ସୂଚନା ଅନୁଯାୟୀ, ରାଇରଙ୍ଗପୁରରୁ ଭୁବନେଶ୍ବର ଅଭିମୁଖେ ଆସୁଥିବା ହେମେନ୍ ନାମକ ଯାତ୍ରୀବାହୀ ବସ୍‌କୁ ରଗଡି ଛକ ନିକଟରେ ସାମ୍ନା ପଟୁ ଆସୁଥିବା ଏକ କାର୍ ନିୟନ୍ତ୍ରଣ ହରାଇ ଧକ୍କା ଦେଇଥିଲା । ଭାରସାମ୍ୟ ହରାଇ ବସ୍‌ଟି ଓଲଟି ପଡିଥିଲା । ଫଳରେ ବସ୍‌ରେ ଥିବା 15 ଜଣ ଯାତ୍ରୀ ଆହତ ହୋଇଥିଲେ । ସମସ୍ତ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ 5ଜଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପଟେ ମୃତ କାର୍‌ ଡ୍ରାଇଭରଙ୍କ ପରିଚୟ ମିଳି ପାରି ନାହିଁ । ଖବର ପାଇ କୋରେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details