ଯାଜପୁର: ଜିଲ୍ଲାର ରୋଡ କ୍ଷେତ୍ରୀୟ ଚିକିତ୍ସାଳୟରେ ଆଜି ଜିଲ୍ଲା ପ୍ରଶାସନର ଅଚାନକ ଚଢାଉ । ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକାରିତା ନେଇ ଏହି ଚଢାଉ କରାଯାଇଛି । ଚିକିତ୍ସାଳୟରେ କିପରି ଚାଲିଛି ସ୍ବାସ୍ଥ୍ୟସେବା, ସେ ସମ୍ପର୍କରେ ଏହି ଦଳ ତଦାରଖ କରିଛନ୍ତି । ବିଭିନ୍ନ ୱାର୍ଡ ବୁଲି ରୋଗୀ ଓ ତାଙ୍କ ସମ୍ପର୍କୀୟ ମାନଙ୍କ ଠାରୁ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଚିକିତ୍ସାଳୟରେ ଥିବା ବିଭିନ୍ନ ସମସ୍ୟା ନେଇ ଅସନ୍ତୋଷ ମଧ୍ୟ ପ୍ରକାଶ କରିଥିଲେ । ଏହି ଚଢାଉ ଦଳରେ ଭାରପ୍ରାପ୍ତ ଜିଲ୍ଲାପାଳଙ୍କ ସମେତ ୫ ଜଣ ପ୍ରଶାସନିକ ଅଧିକାରୀ ସାମିଲ ଥିଲେ ।
କଳିଙ୍ଗନଗର ଶିଳ୍ପାଞ୍ଚଳ ସମେତ ବ୍ୟାସନଗର ପୌରାଞ୍ଚଳ, କୋରେଇ, ଦାନଗଦୀ ଓ ରସୁଲପୁର ଆଦି ୩ଟି ବ୍ଲକ ଏବଂ କେନ୍ଦୁଝର ଓ ଭଦ୍ରକ ଜିଲ୍ଲାର କିଛି ଅଞ୍ଚଳ ଏହା ଉପରେ ନିର୍ଭର କରନ୍ତି । ମାତ୍ର ଏଠାରେ ରହିଛି ଅନେକ ସମସ୍ୟା । ଏଠାକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ମାନେ ସଠିକ ସ୍ବାସ୍ଥ୍ୟସେବା ପାଉନଥିବା ବିଭିନ୍ନ ସମୟରେ ଅଭିଯୋଗ ବି ହୋଇଛି । ତେବେ ସରକାରଙ୍କ ୫-ଟି ଯୋଜନା କାର୍ଯ୍ୟକାରୀ ହେବା ପରେ ଜିଲ୍ଳା ପ୍ରଶାସନର ଏକ ଟିମ ଏହି ଚିକିତ୍ସାଳୟରେ ଅଚାନକ ଚଢାଉ କରିଥିଲେ ।