ଓଡିଶା

odisha

ETV Bharat / state

ସରିଲା 4ର୍ଥ ପର୍ଯ୍ୟାୟ ପ୍ରାର୍ଥିପତ୍ର ଯାଞ୍ଚ ପ୍ରକ୍ରିୟା - ପ୍ର୍ରାର୍ଥୀପତ୍ର

4ର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଛି ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା । ଯେଉଁଥିରେ ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରୁ 4ଜଣଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଛି । ଏଥିସହ ବିଧାନସଭା ଆସନ ପାଇଁ 3ଜଣ ପ୍ରାର୍ଥୀଙ୍କର ପ୍ରାର୍ଥୀପତ୍ର ଖାରଜ କରିଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

By

Published : Apr 11, 2019, 9:27 PM IST

ଯାଜପୁର: 4ର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଛି ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା । ଯେଉଁଥିରେ ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରୁ 4ଜଣଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଛି । ଏଥିସହ ବିଧାନସଭା ଆସନ ପାଇଁ 3ଜଣ ପ୍ରାର୍ଥୀଙ୍କର ପ୍ରାର୍ଥୀପତ୍ର ଖାରଜ କରିଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ । ତେବେ ଲୋକସଭା ପାଇଁ ନାକଚ ହୋଇଥିବା ପ୍ରାର୍ଥୀପତ୍ର ମଧ୍ୟରେ ରହିଛି ଆଇ.ଏନ.ଡି ପ୍ରାର୍ଥୀ ଭିକାରୀ ଚରଣ ଦାସଙ୍କ ପ୍ରାର୍ଥୀପତ୍ର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ସୂଚନା ଅନୁଯାୟୀ ବାଦ୍‌ ପଡିଥିବା ବିଧାନସଭା ପ୍ରାର୍ଥୀ ହେଉଛନ୍ତି ସ୍ବାଧୀନ ପ୍ରାର୍ଥୀ ଭାଗ୍ୟଧର ବିଶ୍ବାଳ, ଧର୍ମଶାଳାରୁ କିଷାନ ପଣ୍ଡା ଏବଂ ଯାଜପୁରରୁ ଓଡିଶା ପ୍ରଗତି ଦଳର ପ୍ରାର୍ଥୀ ଜୟନ୍ତ ରାଉତ । ତେବେ ଏହି ଯାଞ୍ଚ ପ୍ରକ୍ରିୟାରେ ସାଧାରଣ ନିର୍ବାଚନ ପର୍ଯ୍ୟବେକ୍ଷକ ଦିଲ୍ଲୀପ କୁମାର ଓ ନୀତିଶ ପାଟିଲଙ୍କ ସମେତ ସମସ୍ତ ରିଟର୍ଣ୍ଣିଂ ଅଫିସରମାନେ ଉପସ୍ଥିତ ରହିଥିଲେ ।

ପ୍ରକାଶ ଯେ ଜିଲ୍ଲାରେ ଗୋଟିଏ ଲୋକସଭା ଓ 7ଟି ବିଧାନସଭା ଆସନ ପାଇଁ ବିଭିନ୍ନ ଦଳ ପକ୍ଷରୁ 63 ଜଣ ପ୍ରାର୍ଥୀ ନାମାଙ୍କନପତ୍ର କାୟମ ରହିଛି । ଏଥିସହ ଆଗାମୀ 12ତାରିଖ ଯାଏଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details