ଓଡିଶା

odisha

ETV Bharat / state

ଭୋଜି ଖାଇ 40ରୁ ଅଧିକ ଅସୁସ୍ଥ

ଭୋଜି ଖାଇ40 ରୁ ଅଧିକ ଅସୁସ୍ଥ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଅଧିକ ପଢନ୍ତୁ...

40 people ill after consuming food after in party
ଭୋଜି ଖାଇ40ରୁ ଅଧିକ ଅସୁସ୍ଥ : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

By

Published : Feb 5, 2021, 3:46 PM IST

ଯାଜପୁର:ଭୋଜି ଖାଇବା ହେଲା କାଳ । ଭୋଜି ଖାଇ 40ରୁ ଅଧିକ ଅସୁସ୍ଥ ହୋଇଛନ୍ତି । ସମସ୍ତ ଅସୁସ୍ଥଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ,ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ନନ୍ଦିପୁର ପଞ୍ଚାୟତର ବାବଲପୁର ଗାଁରେ ଏକ ବିବାହର ଭୋଜି ହୋଇଥିଲା ।

ଭୋଜି ଖାଇ40ରୁ ଅଧିକ ଅସୁସ୍ଥ : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ଆଖପାଖ ଗାଁରେ ସମସ୍ତ ଲୋକେ ଭୋଜି ଖାଇବାକୁ ମଧ୍ୟ ଯାଇଥିଲେ । ଫଳରେ ଭୋଜି ଖାଇଥିବା ଲୋକେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । 20 ରୁ ଅଧିକ ଆକ୍ରାନ୍ତ ହୋଇଥିବା ଲୋକଙ୍କୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଚିକିତ୍ସା ଜାରି ରହିଥିବା ଜଣାପଡିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

ABOUT THE AUTHOR

...view details