ଓଡିଶା

odisha

ETV Bharat / state

ମହଙ୍ଗା ପଡିଲା ଛେଳି ଚୋରି; 4 ଚୋରକୁ କାବୁ କଲେ ଗ୍ରାମବାସୀ

ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ମଧୁପୁର ଗ୍ରାମରେ ଚାରିଜଣ ଛେଳି ଚୋରଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି ଗାଁ ଲୋକ । ଅଧିକ ପଢନ୍ତୁ...

ଚାରି ଛେଳି ଚୋରକୁ କାବୁ କଲେ ଗ୍ରାମବାସୀ
ଚାରି ଛେଳି ଚୋରକୁ କାବୁ କଲେ ଗ୍ରାମବାସୀ

By

Published : Jun 13, 2021, 10:29 AM IST

ଯାଜପୁର: ମହଙ୍ଗା ପଡିଲା ଛେଳି ଚୋରି । ଉତ୍ତମ ମଧ୍ୟମ ଖାଇଲେ ଚାରି ଛେଳି ଚୋର । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ମଧୁପୁର ଗ୍ରାମରେ ଚାରିଜଣ ଛେଳି ଚୋରଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି ଗାଁ ଲୋକ ।

ଚାରି ଛେଳି ଚୋରକୁ କାବୁ କଲେ ଗ୍ରାମବାସୀ

ସୂଚନାଅନୁସାରେ, ରଘୁପୁର ନିକଟରେ କିଛି ଲୋକ ଏକ ବୋଲେରୋରେ ଆସି ରାସ୍ତାରୁ ଦୁଇଟି ଛେଳି ଉଠାଇ ନେଇ ଖସି ଯିବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ ରଞ୍ଜିତା ନାମକ ଜଣେ ମହିଳା ଚିତ୍କାର କରିବାରୁ ଗାଁ ଲୋକ ଦୌଡି ଆସି ଗାଡିର ପିଛା କରିଥିଲେ । କିଛି ଦୂରରେ ସ୍ଥାନୀୟ ଲୋକ ଗାଡିକୁ ଅଟକାଇଥିଲେ । ଛେଳି ଚୋରକୁ କାବୁ କରି ନିସ୍ତୁକ ପିଟିଥିଲେ । ଗାଡିକୁ ଭାଙ୍ଗି ଚୁରମାର କରିିଛନ୍ତି ଗାଁ ଲୋକ ।

ଗିରଫ ଚାରିଜଣ ହେଲେ ମଧୁପୁର ଗ୍ରାମର ଦିଲ୍ଲୀପ ମିଶ୍ର, ଅଜିତ ନାୟକ,ଛବିଳ ମଳିକ ଓ ଭୁବନ ମଳିକ । ସମସ୍ତଙ୍କ ନାଁରେ କୋରୋଇ ଥାନାରେ କେସ ନଂ 180\21ରେ ଏକ ମାମଲା ରୁଜ୍ଜୁ ହୋଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details