ଓଡିଶା

odisha

ଯାଜପୁରରେ ଆଜି ୩୭୬ ଜଣ କୋରୋନା ସଂକ୍ରମିତ ଚିହ୍ନଟ

ଯାଜପୁର ଜିଲ୍ଲାରେ ଆଜି ୩୭୬ ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୨୮୪୮ ଜଣ ସକ୍ରିୟ କୋରୋନା ସଂକ୍ରମିତ ରହିଥିବା ଜଣାପଡିଛି । ଅଧିକ ପଢନ୍ତୁ...

By

Published : May 11, 2021, 7:50 PM IST

Published : May 11, 2021, 7:50 PM IST

376 corona-positive-identify-in-Jajpur
ଯାଜପୁରରେ ଆଜି ୩୭୬ ଜଣ କୋରୋନା ସଂକ୍ରମିତ ଚିହ୍ନଟ

ଯାଜପୁର: ଜିଲ୍ଲାରେ ଆଜି(ମଙ୍ଗଳବାର) ୩୭୬ ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୨୮୪୮ ଜଣ ସକ୍ରିୟ କୋରୋନା ସଂକ୍ରମିତ ରହିଥିବା ଜଣାପଡିଛି । ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କୁ ଘରେ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଉଛି ।

ଯାଜପୁରରେ ଆଜି ୩୭୬ ଜଣ କୋରୋନା ସଂକ୍ରମିତ ଚିହ୍ନଟ

ଗୁରୁତର ରୋଗୀମାନଙ୍କ ପାଇଁ ନରସିଂହ ଚୌଧୁରୀ ମହାବିଦ୍ୟାଳୟରେ ଖୋଲାଯାଇଥିବା କୋଭିଡ କେୟାର ସେଣ୍ଟର ଏବଂ କଳିଙ୍ଗନଗରର ଟାଟା କୋଭିଡ ହସ୍ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଉଭୟ ଡାକ୍ତରଖାନାରେ ଅକ୍ସିଜେନ ବ୍ୟବସ୍ଥା ସହିତ ପର୍ଯ୍ୟାପ୍ତ ପରିମାଣର ଔଷଧ ମଧ୍ୟ ମହଜୁଦ ରଖାଯାଇଛି ।

ପ୍ରତିଦିନ ସ୍ୱାବ ନମୂନା ସଂଗ୍ରହ କରାଯିବା ସହିତ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି । ଅଧିକ ସଂକ୍ରମଣ ହେବା ପୂର୍ବରୁ ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇ ପରିସ୍ଥିତିକୁ ନିୟନ୍ତ୍ରଣକୁ ଅଣାଯାଇପାରିଛି ବୋଲି ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି ।


ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details