ଓଡିଶା

odisha

ETV Bharat / state

ଯାଜପୁରରେ 3 ନୂଆ କୋରୋନା ପଜିଟିଭ୍ ଚିହ୍ନଟ - ଓଡିଶା କୋରୋନା ଅପଡେଟ୍‌

ଯାଜପୁର ଜିଲ୍ଲାରେ ଆଜି ଆଉ 14ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 239ରେ ପହଞ୍ଚିସାରିଛି ।

3-corona-positives-detected-in-bysanagar-jajpur
ଯାଜପୁର ବ୍ୟାସନଗରରେ 3 ନୂଆ କୋରୋନା ପଜିଟିଭ୍ ଚିହ୍ନଟ

By

Published : May 23, 2020, 7:20 PM IST

ଯାଜପୁର: ଜିଲ୍ଲାରେ ଆଜି ଆଉ 14ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 239ରେ ପହଞ୍ଚିସାରିଛି । ଏହି 14ଜଣଙ୍କ ମଧ୍ୟରୁ ପ୍ରଥମଥର ପାଇଁ ବ୍ୟାସନଗର ପୌରାଞ୍ଚଳର ତିନିଜଣ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦୁଇ ଜଣ ସାପଗାଡିଆ ଅଞ୍ଚଳର ହୋଇଥିବା ବେଳେ ଅନ୍ୟଜଣେ ବିଣାପାଣିସାହି ଅଞ୍ଚଳର ବୋଲି ଜଣାପଡିଛି । ଏମାନେ 8ଦିନ ତଳେ ଆନ୍ଧ୍ରପ୍ରଦେଶର ପୁଟପର୍ତ୍ତୀ ସ୍ଥିତ ପ୍ରଶାନ୍ତୀ ନିଳୟରୁ ପ୍ରଶାସନିକ ସହଯୋଗରେ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।

ଯାଜପୁର ବ୍ୟାସନଗରରେ 3 ନୂଆ କୋରୋନା ପଜିଟିଭ୍ ଚିହ୍ନଟ

କେବଳ ବ୍ୟାସନଗର ଅଞ୍ଚଳର ଏହି 3 ଜଣ ହୋମ୍ କ୍ବାରେଣ୍ଟାଇନରେ ରହିଥିଲେ । ଅନ୍ୟ 11ଜଣ ସରକାରୀ କ୍ବାରେଣ୍ଟାଇନରେ ରହିଥିଲେ । ଏଥିସହ ଆକ୍ରାନ୍ତ ମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ବ୍ୟକ୍ତି ମାନଙ୍କୁ ଠାବ କରାଯାଇ ସେମାନଙ୍କୁ ମଧ୍ୟ କ୍ବାରେଣ୍ଟାଇନ୍ ସେଣ୍ଟରକୁ ନିଆଯାଉଛି । କ୍ବାରେଣ୍ଟାଇନ୍ ସେଣ୍ଟର ଗୁଡିକରେ ପ୍ରବାସୀମାନେ ସରକାରୀ ନିୟମକୁ ମାନି ଚଳିବା ଏବଂ ପ୍ରଶାସନ ପକ୍ଷରୁ ସେହି ଅଞ୍ଚଳ ଗୁଡିକ ଉପରେ ତୀକ୍ଷ୍ଣ ନଜର ରଖିବାକୁ ସ୍ଥାନୀୟ ଅଧିବାସୀ ପରାମର୍ଶ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ବିଂଝାରପୁର ବ୍ଲକର 2ଜଣ (ଜଣେ କୋଲକାତା ଫେରନ୍ତା ଓ ଅନ୍ୟଜଣେ ଅନ୍ଧ୍ରପ୍ରଦେଶ ଫେରନ୍ତା), ଦଶରଥପୁର ବ୍ଲକର 2ଜଣ କୋଲକାତା ଫେରନ୍ତା, ବରୀ ବ୍ଲକର 2ଜଣ କୋଲକାତା ଫେରନ୍ତା, ଧର୍ମଶାଳା ବ୍ଲକର 2ଜଣ(ଜଣେ ଆନ୍ଧ୍ରପ୍ରଦେଶ ଫେରନ୍ତା ଓ ଅନ୍ୟଜଣେ ଗୁଜୁରାଟର ଅହମ୍ମଦାବାଦ ଫେରନ୍ତା), ରସୁଲପୁର ବ୍ଲକର 3ଜଣ କୋଲକାତା ଫେରନ୍ତା ବୋଲି ଜଣାପଡିଛି ।

ସମସ୍ତ 14ଜଣ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ କୋଭିଡ୍ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଆଜି ସୁଦ୍ଧା ମୋଟ୍ 75ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ଅବଶିଷ୍ଟ 168ଜଣ କୋରୋନା ଆକ୍ରାନ୍ତ ଆକ୍ଟିଭ୍ ଥିବା ଜଣାପଡିଛି । ତେବେ ଗତ ମେ 5ତାରିଖରୁ ଆଜି ସୁଦ୍ଧା 10ହଜାରରୁ ଉର୍ଦ୍ଧ୍ବ ପ୍ରବାସୀ ଜିଲ୍ଲାକୁ ପ୍ରତ୍ୟାବର୍ତ୍ତନ କରିଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଜିଲ୍ଲାରେ ଦିନକୁ ଦିନ ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି । ସେପଟେ ପ୍ରଶାସନ ପକ୍ଷରୁ ଆକ୍ରାନ୍ତ ଅଞ୍ଚଳକୁ ସିଲ୍ କରାଯିବା ସହିତ ସମସ୍ତ କଟକଣାକୁ କଡାକଡି କରାଯାଇଛି । ଏସବୁ ଅଞ୍ଚଳରେ ଦମକଳବାହିନୀ କର୍ମଚାରୀଙ୍କ ଦ୍ବାରା ସାନିଟାଇଜିଂ କାମ ବଳବତ୍ତର ରହିଛି । ଏଥିସହ ଆକ୍ରାନ୍ତ ମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ବ୍ୟକ୍ତିମାନଙ୍କୁ ଠାବ କରାଯାଇ ସେମାନଙ୍କୁ ମଧ୍ୟ କ୍ବାରେଣ୍ଟାଇନ୍ ସେଣ୍ଟରକୁ ନିଆଯାଉଛି । କ୍ବାରେଣ୍ଟାଇନ୍ ସେଣ୍ଟର ଗୁଡିକରେ ପ୍ରବାସୀମାନେ ସରକାରୀ ନିୟମକୁ ମାନି ଚଳିବା ଏବଂ ପ୍ରଶାସନ ପକ୍ଷରୁ ସେହି ଅଞ୍ଚଳ ଗୁଡିକ ଉପରେ ତୀକ୍ଷ୍ଣ ନଜର ରଖିବାକୁ ସ୍ଥାନୀୟ ଅଧିବାସୀ ପରାମର୍ଶ ଦେଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details