ଓଡିଶା

odisha

ETV Bharat / state

ଯାଜପୁରରୁ 13 ନାଗ ସାପଛୁଆ ଉଦ୍ଧାର - ଉଦ୍ଧାର

କୋରେଇ ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗାଁ ନିରାକାର ସାହୁଙ୍କ ଘରୁ 13ଟି ନାଗଛୁଆ ଉଦ୍ଧାର ହୋଇଥିବାବେଳେ ମା' ସାପ କେଉଁଆଡେ ଗାଏବ୍ ହୋଇଯାଇଛି ।

ଡିଜାଇନ ଫଟୋ

By

Published : Jul 1, 2019, 3:44 PM IST

Updated : Jul 1, 2019, 4:13 PM IST

ଯାଜପୁର: କୋରେଇ ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗାଁ ନିରାକାର ସାହୁଙ୍କ ଘରୁ 13ଟି ନାଗଛୁଆ ଉଦ୍ଧାର ହୋଇଛି । ସ୍ନେକ୍‌ ହେଲ୍ପ ଲାଇନ ସଦସ୍ୟ ମଣିଭଦ୍ର ମଲ୍ଲିକ ଏହି ସାପ ଛୁଆ ଉଦ୍ଧାର କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର


ମୁକୁନ୍ଦପୁର ଗାଁର ନିରାକାର ସାହୁଙ୍କ ଘର ଲୋକେ ପ୍ରଥମେ ଗୋଟିଏ ନାଗ ସାପ ଛୁଆ ଘରେ ପଶୁଥିବାର ଦେଖିବାକୁ ପାଇଥିଲେ । ଏହାପରେ ସେମାନେ ସ୍ନେକ ହେଲ୍ପ ଲାଇନକୁ ଜଣାଇଥିଲେ । ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ମଣିଭଦ୍ର ବ୍ୟକ୍ତିଙ୍କ ଘରକୁ ଯାଇ ଘରର କାନ୍ଥ ଖୋଳି ସାପ ଛୁଆ ଗୁଡିକ ଉଦ୍ଧାର କରିଥିଲେ । ସେଠାରୁ 13ଟି ଛୁଆ ନାଗ ଉଦ୍ଧାର ହୋଇଥିବା ବେଳେ ମା' ସାପଟି କେଉଁଆଡେ ଗାଏବ୍ ହୋଇଯାଇଥିଲା ।

ବର୍ଷା ଲାଗି ରହିଥିବାରୁ ମା' ସାପଟି ଉଦ୍ଧାର ହୋଇପାରିନଥିବା ମଣିଭଦ୍ର କହିଛନ୍ତି । ବର୍ଷା ଛାଡିବା ପରେ ସେଠାରୁ ମା' ସାପ ସହିତ ଆଉ କେତେକ ସାପ ଛୁଆ ଉଦ୍ଧାର କରାଯିବ ବୋଲି ସେ କହିଛନ୍ତି । ତେବେ ଯାଜପୁର ରୋଡ ବନବିଭାଗ ଦ୍ବାରା ସେଗୁଡିକୁ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯିବ ବୋଲି ସେ କହିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : Jul 1, 2019, 4:13 PM IST

ABOUT THE AUTHOR

...view details