ଓଡିଶା

odisha

ETV Bharat / state

ପ୍ରେମ ଓ ପବଜି ପାଇଁ ନାବାଳକର ଆତ୍ମହତ୍ୟା, ଥାନାରେ ଏତଲା

ପ୍ରେମ, ପବଜି ଗେମର ଦୋଛକି ଭିତରେ ଜୀବନ ହାରିଲେ ନା ବାଳକ । ଥାନାର ଦ୍ବାରସ୍ଥ ହେଲେ ନାବାଳକର ବାପା, ମା। ଅଧିକ ପଢନ୍ତୁ...

ପ୍ରେମ ଓ ମୋବାଇଲ ପାଇଁ ନାବାଳକର ଆତ୍ମହତ୍ୟା , ଥାନାରେ ଏତଲା
ପ୍ରେମ ଓ ମୋବାଇଲ ପାଇଁ ଆତ୍ମହତ୍ୟା , ଥାନାରେ ଏତଲା

By

Published : Apr 8, 2021, 6:14 AM IST

ପାରାଦ୍ବୀପ: ପ୍ରେମ, ପବଜି ଗେମର ଦୋଛକି ଭିତରେ ଜୀବନ ହାରିଲେ ନା ବାଳକ l ପ୍ରେମ ପାଇଁ ଝିଅ ଘର ପକ୍ଷରୁ ବାରମ୍ବାର ତାଗିଦ କରୁଥିବା ଓ ପବଜି ଖେଳିବା ପାଇଁ ମୋବାଇଲକୁ ଘରଲୋକେ ଲୁଚାଇ ରଖିବାରୁ ନାବାଳକ ଜଣକ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେଇଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ଆତ୍ମହତ୍ୟା କରିଥିବା ନାବାଳକର ପରିବାର ଲୋକେ ଥାନାର ଦ୍ବାରସ୍ଥ ହୋଇଥିବା ଜଣାପଡିଛି । ତାଙ୍କ ପୁଅକୁ ବସ୍ତିର ଜଣେ ଲୋକ ଧମକ ଚମକ ଦେବା ସହିତ ତାକୁ ମାନସିକ ନିର୍ଯାତନା ଦେଉଥିଲା l ଯାହାକୁ ସହିନପାରି ତାଙ୍କ ପୁଅ ଆତ୍ମହତ୍ୟା କରିଛି ବୋଲି ମୃତ ନାବାଳକର ବାପା ମା ଅଭିଯୋଗ କରିବା ସହ ଥାନାର ଦ୍ବାରସ୍ଥ ହୋଇଛନ୍ତି ।

ପ୍ରେମ ଓ ମୋବାଇଲ ପାଇଁ ନାବାଳକର ଆତ୍ମହତ୍ୟା , ଥାନାରେ ଏତଲା

ଘଟଣା ଅନୁସାରେ ପାରାଦ୍ବୀପ ପୌରପରିଷଦ 18 ନମ୍ବର ୱାର୍ଡ ରେ ବି. ପର୍ଶୁରାମଙ୍କ ପୁଅ ବି. ଚିନ୍ନି ରାଓ ଗତ 5 ତାରିଖ ଦିନ 11 ଟାରେ ନିଜ ଘରେ ଦଉଡି ଲଗାଇ ଆତ୍ମହତ୍ୟା କିରଥିବା ଦେଖିବାକୁ ମିଳିଥିଲା । କିନ୍ତୁ ମୃତ୍ୟୁ ପରେ ଅନ୍ୟ ଏକ ରୋଚକ କାହାଣୀ ସାମ୍ନାକୁ ଆସିଥିଲା । ମୃତକଙ୍କ ଦୁଇ ସାଙ୍ଗ ଦେଇଥିଲେ ଆଶ୍ଚର୍ଯ୍ୟ ଚକିତ ବୟାନ । ଚିନ୍ନି ରାଓ ପବଜି ଗେମ ଖେଳରେ ମସଗୁଲ ରହିବା ସହିତ ବସ୍ତିର ଜଣେ ଝିଅକୁ ଏକ ତରଫା ପ୍ରେମ କରୁଥିଲେ l ଉକ୍ତ ଝିଅଟି ତାର ପରିବାରକୁ ଜଣାଇବା ପରେ ପରିବାର ଜଣେ ଦୂର ସମ୍ପର୍କୀୟ ମୁଥୁ ଦେମୁଡୁ ମୃତକ ଚିନ୍ନି ରାଓକୁ ବୁଝାଇବା ସହିତ ଚେତାବନୀ ମଧ୍ୟ ଦେଇଥିଲେ । ଫଳରେ ଏହି କାରଣରୁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ମଧ୍ୟ କହିଛନ୍ତି ଦୁଇ ସାଙ୍ଗ ।

ତେବେ ସାଙ୍କ ମାନଙ୍କ ପକ୍ଷରୁ ଏପର ତଥ୍ୟ ମିଳିବା ପରେ ଥାନାର ଦ୍ବାରସ୍ଥ ହୋଇଛନ୍ତି ମୃତକଙ୍କ ବାପା ମା। ତେବେ ଅଭିଯୋଗ ହୋଇଥିବା ଅଭିଯୁକ୍ତ ମୁଥୁ ଦେମୁଡୁ ଏହାକୁ ଖଣ୍ଡନ କରିବା ସହ ସେ କେବଳ ତାଙ୍କୁ ବୁଝା ସୁଝା କରିଥିବା କହିଛନ୍ତି । ତେବେ ତଦନ୍ତ ପରେ ସେ ଯଦି ଦୋଷୀ ବୋଲି ଜଣା ପଡନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯଉ ବୋଲି କହିଛନ୍ତି ମୁଥୁ ଦେମୁଡୁ । ପରିବାର ତରଫରୁ ପୋଲିସକୁ ଦିଆଯାଇଥିବା ଅଭିଯୋଗ ପତ୍ରରେ କେତେ ସତ୍ୟ ତାହା ନିଶ୍ଚୟ ତଦନ୍ତ ସାପେକ୍ଷ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details