ଓଡିଶା

odisha

ETV Bharat / state

ବିଷାକ୍ତ ହେଉଛି ଉଦ୍ୟୋଗ ପେଣ୍ଠସ୍ଥଳୀ ପାରଦୀପ - ପ୍ରଦୂଷଣର ଆଁରେ ପାରାଦୀପ

ଇଣ୍ଡଷ୍ଟ୍ରିଆଲ ହବ୍ ପାରାଦୀପ ପାଲଟିଛି ପ୍ରଦୂଷଣର ସହର । ଚାରିଆଡେ କଳକାରଖାନା ଧୂଆଁ ସହ ଦିନିକୁ ଦିନ ବଢୁଛି ପ୍ରଦୂଷଣ । ଆଉ ଏଥିନେଇ ଅନେକ ଶ୍ବାସଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି ସହରବାସୀ । ଆଗକୁ ପଢନ୍ତୁ...

pollution,paradeep
ଉଦୌଗର ପେଣ୍ଠସ୍ଥଳୀ ‘ପାରାଦୀପ’

By

Published : Nov 27, 2019, 3:42 PM IST

ଜଗତସିଂହପୁର: ବିଷ ବଳୟରେ ଇଣ୍ଡଷ୍ଟ୍ରିଆଲ ହବ୍ ପାରାଦୀପ । କାରଖାନାରୁ ନିର୍ଗତ ବିଷାକ୍ତ ଧୂଆଁ ଓ ବ୍ୟାପକ କୋଇଲା ପରିବହନ ସାଜୁଛି ପ୍ରଦୂଷଣର ମୁଖ୍ୟ କାରଣ । ଅପରିଷ୍କାର ନାଳ ସାଙ୍ଗକୁ ପଚା ମାଛର ଦୁର୍ଗନ୍ଧରେ ଫାଟିପଡୁଛି ସହର । ଦେଶର ସବୁଠାରୁ ଦଶଟି ଅଧିକ ପ୍ରଦୂଷିତ ଉପକୂଳ ମଧ୍ୟରୁ ପାରାଦୀପ ଷଷ୍ଠ ସ୍ଥାନରେ ରହିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପାରାଦୀପ ଉପକୂଳରେ ବାୟୁ ପ୍ରଦୂଷଣ ସାଙ୍ଗକୁ ଉଦବେଗଜନକ ଭାବରେ ସମୁଦ୍ର ଜଳ ପ୍ରଦୂଷିତ ହେଉଛି ।

ଉଦୌଗର ପେଣ୍ଠସ୍ଥଳୀ ‘ପାରଦୀପ’

କିଛିଦିନ ତଳେ ଜାତୀୟ ଉପକୂଳ ଅନୁସନ୍ଧାନ କେନ୍ଦ୍ର ବା ନ୍ୟାଶନାଲ ସେଣ୍ଟର ଫର ସେଣ୍ଟର କୋଷ୍ଟାଲ ରିସର୍ଚ୍ଚ ଓ ହାଇଦ୍ରାବାଦର ଏକ ସର୍ବେକ୍ଷଣ ସଂସ୍ଥା ତାର ରିପୋର୍ଟରେ ଦର୍ଶାଇଛି ଯେ, ପାରାଦୀପ ଉପକୂଳ ସାମୁଦ୍ରିକ ଜଳରେ ଅତି କମ ମାତ୍ରାରେ ଅମ୍ଳଜାନ ରହିଛି। ଏଥିଯୋଗୁଁ ପାରାଦୀପ ଉପକୂଳ ସାମୁଦ୍ରିକ ଜଳର ସ୍ଥିତି ଅତି ଉଦବେଗ ଜନକ ଥିବା ଜଣାପଡ଼ିଛି।

ପ୍ରାୟ 80 ହଜାରରୁ ଊର୍ଦ୍ଧ୍ବ ଲୋକେ ବସବାସ କରୁଥିବା ପାରାଦୀପ ସହର ଏବେ ବିପର୍ଯ୍ୟୟ ଆଡକୁ ଅଗ୍ରସର ହେଉଛି। ପ୍ରଦୂଷଣର ମାତ୍ରା ଅତ୍ୟଧିକ ଥିବା ହେତୁ ସହରକୁ ସିଭର୍ଲି କ୍ରିଟିକାଲ ଏରିଆ ଭାବେ ଚିହ୍ନଟ କରାଯାଇଛି । ଏହାସହ ବାୟୁରେ ସନ ଏକ୍ସପ୍ଲୋଜର ଆଣ୍ଡ ପ୍ରୋଟେକସନ ଇଣ୍ଡେକ୍ସର ମାତ୍ରା 60 ରୁ 70 ରହିଛି । ଯାହାକୁ ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ଏକ 11 ଜଣିଆ ଟିମ ଗଠନ କରିଛି ।

ଅନ୍ୟପଟେ ବନ୍ଦରରେ ଥିବା ମାଛଧରା ଜେଟି, ସ୍ଥାନୀୟ କଳକାରଖାନାର ବର୍ଜ୍ୟବସ୍ତୁ ସିଧାସଳଖ ସମୁଦ୍ରକୁ ଛାଡିବାରୁ ଜଳ ପ୍ରଦୂଷିତ ହେଉଛି। ଆଇଓସିଏଲ(IOCL) ମହାନଦୀରୁ ଆଣୁଥିବା ଜଳକୁ ବ୍ୟବହାର କରି ଖରାପ ଜଳକୁ ସିଧାସଳଖ ସମୁଦ୍ରକୁ ଛାଡୁଛି । ସେମିତି ନେହରୁ ବଙ୍ଗଳାର ମାଛଧରା ବନ୍ଦର ଏସିଆ ମହାଦେଶର ଅନ୍ୟତମ ମାଛଧରା ବନ୍ଦର, କିନ୍ତୁ ଆଜିଯାଏ ଏଠାରେ ଏମ୍ପ୍ଲଏମେଣ୍ଟ ପ୍ଲାନ ହୋଇନଥିବାରୁ ଏଠାରୁ ନିର୍ଗତ ବିଷାକ୍ତ ଜଳ ସମୁଦ୍ରରେ ମିଶୁଛି। ଯଦି ବର୍ତ୍ତମାନଠୁ ଏହି ସମସ୍ୟାର ସମାଧାନ ନକରାଯାଏ, ଆଗାମୀ ଦିନରେ ଏହା ଏକ ଭୟଙ୍କର ରୂପ ଧାରଣ କରିବା ସୁନିଶ୍ଚିତ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର,ଇଟିଭି ଭାରତ

ABOUT THE AUTHOR

...view details