ଜଗତସିଂହପୁର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜି ବିଶ୍ବ ପର୍ଯ୍ୟଟନ ଦିବସ ପାଳିତ ହୋଇଯାଇଛି । ଜିଲ୍ଲାପାଳ ସଂଗ୍ରାମ କେସରୀ ମହାପାତ୍ରଙ୍କ ପର୍ଯ୍ୟଟନ ଦିବସ ଉପରେ ଆଲୋକପାତ କରିଥିଲେ। ଜିଲ୍ଲାରେ ମା' ସାରଳାଙ୍କ ମନ୍ଦିର, ଗୋରେଖ ନାଥ ମନ୍ଦିର, ଶିଆଳି ବେଳାଭୂମୀ, ଓ ପାରାଦ୍ବୀପର ବେଳାଭୂମୀ ପର୍ଯ୍ୟଟକଙ୍କୁ ଆକର୍ଷଣ କରିଥାଏ। ହେଲେ କୋରୋନା ଯୋଗୁଁ ସମଗ୍ର ପର୍ଯ୍ୟଟନ ସ୍ଥଳ ବନ୍ଦ ରହିଛି। ଜିଲ୍ଲା ଓ ବାହାରୁ ପର୍ଯ୍ୟଟକ ମାନଙ୍କ ଆସିବା ବନ୍ଦ ରହିଛି। ଫଳରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିବା ଲୋକେ ବ୍ୟାପକ ଭାବରେ କ୍ଷତିଗ୍ରସ୍ଥ ହେଉଛନ୍ତି ।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିଶ୍ବ ପର୍ଯ୍ୟଟନ ଦିବସ ପାଳିତ - jagatsinghpur collector
ଆଗାମୀ ଦିନରେ ଜିଲ୍ଲାରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଖୋଲିବା ନେଇ ବିଶ୍ବ ପର୍ଯ୍ୟଟନ ଦିବସ ଅବସରରେ କହିଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ...
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିଶ୍ବ ପର୍ଯ୍ୟଟନ ଦିବସ ପାଳିତ
ତେବେ ଆଗାମୀ ଦିନରେ ଏ ଅବସ୍ଥାରେ ସୁଧାର ଆସିବ, ଓ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ପୁଣି ଚଳଚଞ୍ଚଳ ହୋଇ ଉଠିବ ବୋଲି ମତ ପ୍ରକାଶ ପାଇଥିଲା। ଏହି କାର୍ଯ୍ୟକ୍ରମରେ ଏଡିଏମ ସଚିଦାନନ୍ଦ ସାହୁ, ଉପଜିଲ୍ଲାପାଳ ମହେନ୍ଦ୍ର ମଲ୍ଲିକ, ପ୍ରମୂଖ ଯୋଗ ଦେଇଥିଲେ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ