ଓଡିଶା

odisha

By

Published : Feb 27, 2021, 11:46 AM IST

Updated : Feb 27, 2021, 12:31 PM IST

ETV Bharat / state

ସାଇବର ଠକକୁ ଧରିବା ପାଇଁ ପାରାଦ୍ବୀପରେ ପଶ୍ଚିମବଙ୍ଗ ପୋଲିସ

ଜଗତସିଂହପୁର ଷଣ୍ଢକୁଦ ଅଞ୍ଚଳର ଜଣେ ଯୁବକ ସାଇବର ଠକେଇର ଶିକାର ହେବା ପରେ ତାଙ୍କ ଆକାଉଣ୍ଟରେ ଠକମାନେ ଠକେଇ ଅର୍ଥ କାରବାର ଚଲାଇଥିବାରୁ ପଶ୍ଚିମବଙ୍ଗ ପୋଲିସ ଛାନଭିନ ପାଇଁ ପାରାଦ୍ବୀପରେ ପହଞ୍ଚିଛି । ଅଧିକ ପଢନ୍ତୁ...

ସାଇବର ଠକେଇକୁ ନେଇ ପାରାଦ୍ବୀପରେ ପଶ୍ଚିମବଙ୍ଗ ପୋଲିସ
ସାଇବର ଠକେଇକୁ ନେଇ ପାରାଦ୍ବୀପରେ ପଶ୍ଚିମବଙ୍ଗ ପୋଲିସ

ଜଗତସିଂହପୁର: ଜିଲ୍ଲାର ଷଣ୍ଢକୁଦ ଅଞ୍ଚଳର ଜଣେ ଯୁବକ 2 ଲକ୍ଷ ଋଣ ପାଇବା ଲୋଭରେ ଏକ ଠକ ଗ୍ୟାଙ୍ଗକୁ ନିଜର ସମସ୍ତ ଅସଲି କାଗଜପତ୍ର ଦେଇଥିଲେ । ଠକ ଗ୍ୟାଙ୍ଗ ଏହି ଯୁବକଙ୍କ ଆକାଉଣ୍ଟରେ ବେଆଇନ ଅର୍ଥ କାରବାର କରୁଥିଲେ । ତେବେ ଏହି ଠକେଇର ଶିକାର ହୋଇଥିବା କିଛି କୋଲକାତାବାସୀଙ୍କ ଅଭିଯୋଗ ପରେ ପଶ୍ଚିମବଙ୍ଗ ପୋଲିସ ପାରାଦ୍ବୀପରେ ପହଞ୍ଚିଥିବା ଜଣାପଡିଛି ।

ସାଇବର ଠକକୁ ଧରିବା ପାଇଁ ପାରାଦ୍ବୀପରେ ପଶ୍ଚିମବଙ୍ଗ ପୋଲିସ

ଷଣ୍ଢକୁଦ ଅଞ୍ଚଳର ରଙ୍ଗମିସ୍ତ୍ରୀ ବିଶ୍ବଜିତ ଜେନାଙ୍କୁ ଲୋନରେ ଦୁଇଲକ୍ଷ ଟଙ୍କା ଦେବାପାଇଁ ଏକ ଫ୍ରଡ଼ କଲ ଆସିଥିଲା । କଲରେ କୁହାଯିବା ଅନୁଯାୟୀ ଯୁବକ ନିଜର ସମସ୍ତ ଅରିଜିନାଲ କାଗଜପତ୍ର ଏପରିକି ନିଜ ବ୍ୟାଙ୍କ ଆକାଉଣ୍ଟ, ଏଟିଏମ ଓ ନିଜ ସିମ କାର୍ଡ କୋରିଅର ମାଧ୍ୟମରେ ଦିଲ୍ଲୀ ପଠାଇ ଦେଇଥିଲେ । ଦୁଇ ଲକ୍ଷ ଋଣ ପାଇବା ଲୋଭରେ ଏକ ଠକ ଗ୍ୟାଙ୍ଗକୁ ନିଜର ସମସ୍ତ ଅସଲି କାଗଜପତ୍ର ଦେଇଥିଲେ ।

ନିଜ କାଗଜପତ୍ର ସହିତ ପଚାଶ ହଜାର ଦେଇସାରିବା ପରେ ବାରମ୍ବାର ଫୋନ କରି ନିରାଶ ହୋଇପଡିବା ପରେ କାହାକୁ ନ ଜଣାଇ ଚୁପ ହୋଇ ନିଜକର୍ମରେ ବ୍ୟସ୍ତ ରହିଥିଲେ । ଏହି ଘଟଣାକୁ 1 ବର୍ଷ ବିତିଯିବା ପରେ ଶନିବାର କୋଲକାତାର ତିନିଜଣିଆ ପୋଲିସ ଟିମ ପହଞ୍ଚିବା ପରେ ଘଟଣାର ରହସ୍ୟ ଲୋକଲୋଚନକୁ ଆସିଛି । ଦୁଇ ଲକ୍ଷ ଟଙ୍କାର ଋଣ ଲୋଭରେ ନିଜର ସମସ୍ତ ଅସଲି କାଗଜପତ୍ର ଓ ନିଜର ସିମକାର୍ଡ ଦେଇ ଫସିଛନ୍ତି ଏହି ନିରୀହ ଯୁବକ ।

ଏହି ଭୟଙ୍କର ଠକେଇର ଚେର ଲମ୍ବିଛି ପାରାଦ୍ବୀପରୁ ଦିଲ୍ଲୀ ଓ ଦିଲ୍ଲୀରୁ କୋଲକାତା । ବିଭିନ୍ନ ଅଞ୍ଚଳରୁ ଯୁବକମାନଙ୍କୁ ଅନଲାଇନରେ ଚାକିରୀ ଓ ଋଣ କରାଇଦେବାର ପ୍ରତିଶୃତି ଦେବାପରେ ସେମାନଙ୍କ ପାଖରୁ କିଛି ଅର୍ଥ କୋରିଅର ମାଧ୍ୟମରେ ନେବା ପରେ ବାକି ଅର୍ଥକୁ ଏହି ଯୁବକଙ୍କ ଆକାଉଣ୍ଟରେ ଲେଣଦେଣ ହେଉଥିଲା । ଏ ସମ୍ପର୍କରେ ଶନିବାର ପାରାଦ୍ବୀପରେ କୋଲକାତା ପୋଲିସ ପହଞ୍ଚିବା ପରେ ଘଟଣା ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ କୋଲକାତାରେ ବହୁଲୋକ ଠକେଇର ଶିକାର ହୋଇଥିବାରୁ କୋଲକାତା ପୋଲିସ ଅଧିକ ଛାନଭିନ କରିବା ପାଇଁ ପାରାଦ୍ବୀପରେ ପହଞ୍ଚିଥିବା ଜଣାପଡିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Feb 27, 2021, 12:31 PM IST

ABOUT THE AUTHOR

...view details