ଓଡିଶା

odisha

ETV Bharat / state

ବିପଦ ସଙ୍କେତ ଉପରେ ଦେବୀ, ମହାନଦୀ ଓ ପାଇକା ନଦୀର ଜଳସ୍ତର - ଜଗତସିଂହପୁର ଖବର

ଜଗତସିଂହପୁର ଜିଲ୍ଲାର 3 ପ୍ରମୁଖ ନଦୀ ଦେବୀ, ମହାନଦୀ ଓ ପାଇକାର ଜଳସ୍ତର ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ସୋମବାର ସନ୍ଧ୍ୟା ସୁଦ୍ଧା ମହାନଦୀ ଅବବାହିକା ତାରପୁର ନିକଟରେ 11.18 ମିଟର ଥିବାବେଳେ ତିର୍ତ୍ତୋଲରେ 5.41 ମିଟର ଏବଂ ଚୌଧୁରୀ ଗଡା ନିକଟରେ 3.45 ମିଟର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଅଧିକ ପଢନ୍ତୁ...

ବିପଦ ସଙ୍କେତ ଉପରେ ଦେବୀ, ମହାନଦୀ ଓ ପାଇକା ନଦୀର ଜଳସ୍ତର
ବିପଦ ସଙ୍କେତ ଉପରେ ଦେବୀ, ମହାନଦୀ ଓ ପାଇକା ନଦୀର ଜଳସ୍ତର

By

Published : Aug 31, 2020, 10:56 PM IST

ଜଗତସିଂହପୁର: ଜିଲ୍ଲାର 3 ପ୍ରମୁଖ ନଦୀ ଦେବୀ, ମହାନଦୀ ଓ ପାଇକାର ଜଳସ୍ତର ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ସୋମବାର ସନ୍ଧ୍ୟା ସୁଦ୍ଧା ମହାନଦୀ ଅବବାହିକା ତାରପୁର ନିକଟରେ 11.18 ମିଟର ଥିବାବେଳେ ତିର୍ତ୍ତୋଲରେ 5.41 ମିଟର ଏବଂ ଚୌଧୁରୀ ଗଡା ନିକଟରେ 3.45 ମିଟର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।

ସେହିପରି ପାଇକା ନଦୀରେ ଶଙ୍ଖେଶ୍ୱର ନିକଟରେ 27.10 ଫୁଟରେ ପ୍ରବାହିତ ହେଉଥିବା ବେଳେ ଦେବୀ ନଦୀ ଦଳେଇଘାଇ ନିକଟରେ 57.60 ଫୁଟ, ଆଳିପିଙ୍ଗଲ ଠାରେ 11.33 ଫୁଟ ଶିଖର ଘାଟ ନିକଟରେ 14.50 ଏବଂ ମାଛଗାଁ ନିକଟରେ 14.50 ଫୁଟ ବା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ନେଇ ଜଳ ସମ୍ପଦ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ବିପଦ ସଙ୍କେତ ଉପରେ ଦେବୀ, ମହାନଦୀ ଓ ପାଇକା ନଦୀର ଜଳସ୍ତର

ଦେବୀର ଶାଖା ନଦୀ ବିଲୁଆ ଖାଇର ଜଳ ପତନ ବୀରବର ପାଟଣା ଠାରେ 14.98 ମିଟର ଥିବା ଖବର ମିଳିଛି । ଜିଲ୍ଲାର କୁଜଙ୍ଗ ଓ ତିର୍ତ୍ତୋଲ ବ୍ଲକରେ ଆଡି ବନ୍ଧ ବୁଡିଯିବା ଫଳରେ 24ଟି ଗାଁ ପାଣିଘେରରେ ରହିଛି । ଏଥିସହ 20,238 ଜଣ ଲୋକେ ପ୍ରଭାବିତ ହୋଇଛନ୍ତି ।


ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details