ଓଡିଶା

odisha

ETV Bharat / state

ବନ୍ୟା ଧୋଇନେଲା ପରିବା ଚାଷ, ସାପ୍ତାହିକ ହାଟ ଏବେ ପରିବା ଶୂନ୍ୟ - ଜଗତସିଂହପୁର ସାପ୍ତାହିକ ହାଟ

ଜଗତସିଂହପୁର ଜିଲ୍ଲାର ପ୍ରମୁଖ 10 ରୁ ଅଧିକ ସାପ୍ତାହିକ ପରିବା ହାଟ ଗୁଡିକରେ ପରିବା ନ ଥିବାରୁ ଦର ଆକାଶ ଛୁଆଁ ହୋଇଛି। ପାରାଦ୍ବୀପ ସହରର ପରିବା ଚାହିଦା ମେଣ୍ଟାଉ ଥିବା କୁଜଙ୍ଗ ହାଟ ଏବେ ପରିବା ଶୂନ୍ୟ ହୋଇ ପଡିଛି । ସେହିପରି ଜଗତସିଂହପୁର ସହରର ସୋମନାଥ ହାଟ, ନାଉଗାଁ ହାଟ, ବିରିଡି ହାଟ, ବାଲିକୁଦା ହାଟରେ ପରିବା ନଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ବନ୍ୟା ଧୋଇନେଲା ପରିବା ଚାଷ, ହାଟ ଏବେ ପରିବା ଶୂନ୍ୟ
ବନ୍ୟା ଧୋଇନେଲା ପରିବା ଚାଷ, ହାଟ ଏବେ ପରିବା ଶୂନ୍ୟ

By

Published : Sep 23, 2020, 9:32 AM IST

ଜଗତସିଂହପୁର: କୋରୋନା ପରେ ଦାଉ ସାଜିଛି ବନ୍ୟା । ବନ୍ୟାରେ ନଦୀ ପଠାରେ ହୋଇଥିବା ପନି ପରିବା ଚାଷ ସମ୍ପୂର୍ଣ୍ଣ ଭାବରେ ଉଜୁଡିଯାଇଛି । ଫଳରେ ପନିପରିବା ଦର ଏବେ ଆକଶ ଛୁଆଁ । 400 ଟଙ୍କା ନେଇ ବଜାରକୁ ଗଲେ ବ୍ୟାଗ ପୁରୁନି । ଫଳରେ ଯେଉଁଠି 1 କିଲୋ ପରିବା ଆଣିବା କଥା ସେଇଠି ଅଧା କେଜି କିମ୍ବା ଅଢେଇ ଶହ ଗ୍ରାମରେ ମନ ବୁଝାଉଛନ୍ତି ଖାଉଟି । ସେପଟେ ଦର ବଢୁଥିବା ଯୋଗୁଁ ଜଗତସିଂହପୁର ଜିଲ୍ଲାରେ ଏବେ ପରିବା ସଙ୍କଟ ଦେଖା ଦେଇଛି ।

ବନ୍ୟା ଧୋଇନେଲା ପରିବା ଚାଷ, ହାଟ ଏବେ ପରିବା ଶୂନ୍ୟ

ଜିଲ୍ଲାର ପ୍ରମୁଖ 10 ରୁ ଅଧିକ ସାପ୍ତାହିକ ପରିବା ହାଟ ଗୁଡିକରେ ପରିବା ନ ଥିବାରୁ ଦର ଆକାଶ ଛୁଆଁ ହୋଇଛି। ପାରାଦ୍ବୀପ ସହରର ପରିବା ଚାହିଦା ମେଣ୍ଟାଉ ଥିବା କୁଜଙ୍ଗ ହାଟ ଏବେ ପରିବା ଶୂନ୍ୟ ହୋଇ ପଡିଛି । ସେହିପରି ଜଗତସିଂହପୁର ସହରର ସୋମନାଥ ହାଟ, ନାଉଗାଁ ହାଟ, ବିରିଡି ହାଟ, ବାଲିକୁଦା ହାଟରେ ପରିବା ନଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

କଟକ ଛତ୍ର ବଜାରରୁ ଯାହା କିଛି ଯାଉଛି ତାର ଦର ଆକାଶ ଛୁଆଁ ରହିଛି। ଜିଲ୍ଲାର ପରିବା ଚାହିଦା ମେଣ୍ଟାଉ ଥିବା ମହାନଦୀ କୁଳ ପଠା ଓ ଦେବୀ ନଦୀ ପଠା ର ହଜାର ହଜାର ହେକ୍ଟର ପରିବା ଚାଷ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଛି। ଯାହା ଫଳରେ ପରିବା ସଙ୍କଟ ଦେଖା ଦେଇଛି।

ଏଠାରେ ଫସଲ ଉତ୍ପାଦନ ହୋଇ ଜିଲ୍ଲାର ଚାହିଦା ପୁରଣ କରିବା ସହ କଟକ, ଅଡ଼ଶପୁର, କାକଟପୁର, ପୁରୀ ଓ କେନ୍ଦ୍ରାପଡାକୁ ଚାଲାଣ କରାଯାଇଥାଏ। କିନ୍ତୁ ଚଳିତ ବନ୍ୟାରେ ଜିଲ୍ଲାରେ ମୋଟ 12 ହଜାର ହେକ୍ଟର ପରିବା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହେବା ସହ ସରକାରୀ ରିପୋର୍ଟ ଆଧାରରେ 35 ହଜାର ହେକ୍ଟର ଚାଷଜମି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଥିଲା। ଫଳରେ ଏବେ ଖାଉଟି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details