ଓଡିଶା

odisha

ETV Bharat / state

ଅସୁରକ୍ଷିତ ଅଲିଭ୍ ରିଡଲେ, ପାରାଦୀପ ସମୁଦ୍ରରେ ଭାସୁଛନ୍ତି ଶହଶହ ମୃତ କଇଁଛ - ଅସୁରକ୍ଷିତ ଅଲିଫ ରିଡଲେ୍

ପାରାଦୀପ ସମୁଦ୍ରରେ ଭାସୁଛନ୍ତି ଶହଶହ ମୃତ କଇଁଛ । ଅସୁରକ୍ଷିତ ଭାବରେ କଇଁଛ ରହିଥିବାବେଳେ ଟ୍ରଲର ମାଡ଼ରେ ଘଟୁଛି ମୃତ୍ୟୁ । ଅଧିକ ପଢନ୍ତୁ...

unsafe-olive-ridley-turtle
unsafe-olive-ridley-turtle

By

Published : Jan 31, 2020, 10:42 PM IST

Updated : Jan 31, 2020, 11:46 PM IST

ଜଗତସିଂହପୁର: ପାରାଦୀପ ସମୁଦ୍ର ଉପକୂଳରେ ପଡ଼ିଛି ଶହଶହ ମୃତ ଅଲିଭ ରିଡଲେ୍ କଇଁଛ । କେଉଁଠି ମୃତ କଇଁଛ ସଢିକି ଦୁର୍ଗନ୍ଧ ବାହାରୁଛି ତ, ଆଉ କେଉଁଠି ଏହାକୁ କୁକୁର ଖାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ଅସୁରକ୍ଷିତ ଅଲିଭ୍ ରିଡଲେ, ପାରାଦୀପ ସମୁଦ୍ରରେ ଭାସୁଛନ୍ତି ଶହଶହ ମୃତ କଇଁଛ

ଏହି ବିରଳ ଅଲିଭ୍ ରିଡଲେ୍ କଇଁଛର ସୁରକ୍ଷା ନେଇ ସରକାର ଓ ବନ ବିଭାଗ ବିଭିନ୍ନ ପଦକ୍ଷପ ଗ୍ରହଣ କରିଥିବା ବେଳେ କିନ୍ତୁ ତାହା କେତେ ବାସ୍ତବ, ତାହା ଆଜି ଏହା ପାରାଦୀପ ସମୁଦ୍ର ଉପକୁଳରେ ଦେଖିବାକୁ ମିଳିଛି । କୂଳରେ ଅଣ୍ଡା ଦେବାକୁ ଆସିବା ସମୟରେ ନିଷେଦ୍ଧାଞ୍ଚଳରେ ମାଛଧରା ଟ୍ରଲର କଇଁଛଙ୍କ ମୃତ୍ୟୁ ହେଉଛି ।

ଶହଶହ ସଂଖ୍ୟାରେ ଅଲିଭ୍ ରିଡଲେ୍ କଇଁଛ ମରି ଢେଉ ମାଡରେ କୂଳରେ ଲାଗୁଛନ୍ତି । ସେଠାରେ କୁକୁର ଖାଉଥିବା ସହି ଉପକୂଳ ପରିବେଶ ମଧ୍ୟ ପ୍ରଦୂଷିତ ହେଉଛି । କିନ୍ତୁ ଏହି ବିରଳ ପ୍ରାଣୀଙ୍କର ମୃତ୍ୟୁକୁ ଦେଖି ମଧ୍ୟ ଚୁପ ରହିଛି ବନ ବିଭାଗ । ଯାହାକୁ ନେଇ ବୃଦ୍ଧି ପାଇଛି ଅସନ୍ତୋଷ ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Last Updated : Jan 31, 2020, 11:46 PM IST

ABOUT THE AUTHOR

...view details