ଓଡିଶା

odisha

ETV Bharat / state

ପୋଲିସ ପିସ୍ତଲ ଚୋରି କରି ନେତାଙ୍କ ପୁଅ ଗିରଫ

ଜଗତସିଂହପୁର ଥାନା ଏସଆଇଙ୍କ ପିସ୍ତଲ ଚୋରି କରିବା ଘଟଣାରେ 2ଜଣ ଯୁବକ ଗିରଫ ହୋଇଛନ୍ତି ।

ପ୍ରତିକାତ୍ମକ

By

Published : Apr 19, 2019, 5:00 PM IST

ଜଗତସିଂହପୁର: ପିସ୍ତଲ ଚୋରି ହେବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । 2ଜଣ ଯୁବକଙ୍କ ଠାରୁ ପୋଲିସ ପିସ୍ତଲ ଜବତ କରିବା ପରେ ସେମାନଙ୍କୁ ଗିରଫ କରାଯାଇଛି । ଜବତ ହୋଇଥିବା ପିସ୍ତଲ ଜଗତସିଂହପୁର ଥାନା ଏସଆଇଙ୍କ ବୋଲି ଜଣାପଡିଛି । ଏହାକୁ ନେଇ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ରୁଦ୍ଧ ଦ୍ବାର ବୈଠକ ହେବା ସହ ସମ୍ପୃକ୍ତ ଅଧିକାରୀଙ୍କୁ କୈଫତ ତଲବ କରାଯାଇଛି ।

ଗିରଫ ହୋଇଥିବା ଏହି ଯୁବକ ଦୁଇଜଣ ପିସ୍ତଲ ନେଇ କଲେଜ ଛକରେ ଦେଖୁଥିବା ସମୟରେ ପୋଲିସ କୌଣସି ସୁତ୍ରରୁ ଖବର ପାଇ ଚଢାଉ କରିଥିଲା । ଯୁବକଙ୍କ ମଧ୍ୟରୁ ଜଣଙ୍କ ଘର ନାଉଗାଁ ଅଞ୍ଚଳରେ ହୋଇଥିବାବେଳେ ଅନ୍ୟଜଣେ ଯୁବକ ପ୍ରମୁଖ ରାଜନୈତିକ ଦଳର ଜଣେ ନେତାଙ୍କ ପୁଅ ବୋଲି ଜଣାପଡିଛି ।

କିଛିଦିନ ପୂର୍ବରୁ ଏହି ଯୁବକ ଦ୍ବୟଙ୍କ ସହ ଜଗତସିଂହପୁର ଥାନା ଏସଆଇଙ୍କ ବନ୍ଧୁତା ଗଢି ଉଠିଥିଲା । ଆଉ ଏହାର ସୁଯୋଗ ନେଇ କୌଶଳକ୍ରମେ ଏସଆଇଙ୍କ ପିସ୍ତଲକୁ ସେମାନେ ଚୋରି କରିନେଇଥିଲେ । ତେବେ ଏହି ଘଟଣାକୁ ନେଇ SP, SDPO ଓ IICଙ୍କ ସହ କୌଣସି ଯୋଗାଯୋଗ ହୋଇପାରି ନଥିବାବେଳେ ଏହା ପୋଲିସ-ଅପରାଧୀଙ୍କ ଭିତରେ ମହାମେଣ୍ଟ ଥିବା ସନ୍ଦେହ ପ୍ରକାଶ ପାଇଛି ।

ଅନ୍ୟପଟେ ପୋଲିସ ଏହି ଘଟଣାକୁ ଗଣମାଧ୍ୟମର ଆଢୁଆଳରେ ଚାପିଦେବା ପାଇଁ ଉଦ୍ୟମ କରୁଥିବା ବୁଦ୍ଧିଜୀବି ମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details