ଓଡିଶା

odisha

ETV Bharat / state

ମେଡିକାଲରେ ଭଙ୍ଗାରୁଜା କରି ଦୁଇ ନକଲି ସାମ୍ବାଦିକ ଗିରଫ

ଜଗତସିଂହପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଦୁଇ ଜଣ ନକଲି ସାମ୍ବାଦିକଙ୍କ ହଙ୍ଗମା ଓ ଭଙ୍ଗାରୁଜା ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ । ସମ୍ପୃକ୍ତ ନକଲି ସାମ୍ବାଦିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଧିକ ପଢନ୍ତୁ...

By

Published : Jun 12, 2021, 10:36 PM IST

two fake journalist arrested in jagatsinghpur
ମୁଖ୍ୟ ଚିକିତ୍ସାଳୟରେ ଭଙ୍ଗାରୁଜା କରି ନକଲି ସାମ୍ବାଦିକ ଓ ସମ୍ପାଦକ ଗିରଫ

ଜଗତସିଂହପୁର: ମୁଖ୍ୟ ଚିକିତ୍ସାଳୟରେ ଭଙ୍ଗାରୁଜା କରି ନକଲି ସାମ୍ବାଦିକ ଓ ସମ୍ପାଦକ ଗିରଫ । ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଦୁଇଜଣ ନକଲି ସାମ୍ବାଦିକଙ୍କ ହଙ୍ଗମା ଓ ଭଙ୍ଗାରୁଜା ଘଟଣାରେ ପୋଲିସ ସମ୍ପୃକ୍ତ ନକଲି ସାମ୍ବାଦିକଙ୍କୁ ଗିରଫ କରିଛି । ସେମାନଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧାନ ଆଇନ ଧାର 452/427/294/353/506/34 ରେ ଜଗତସିଂହପୁର ପୋଲିସ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।

ମୁଖ୍ୟ ଚିକିତ୍ସାଳୟରେ ଭଙ୍ଗାରୁଜା କରି ନକଲି ସାମ୍ବାଦିକ ଓ ସମ୍ପାଦକ ଗିରଫ

ପୋଲିସ କହିବା ଅନୁଯାୟୀ ଜଗତସିଂହପୁର ସହରର ଏକ ୟୁଟ୍ୟୁବ ଚ୍ୟାନେଲ ସମ୍ପାଦକ ଓ ଅନ୍ୟଜଣେ ସାମ୍ବାଦିକର ପରିଚୟ ଦେଇ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ପଶିଥିଲେ । ସେଠାରେ କଣ ପାଇଁ ସାନିଟାଇଜ କରାଯାଉନାହିଁ କହି ଗାଳି ଗୁଲଜ କରିବା ସହ ଆଇସୋଲେସନ ୱାର୍ଡରେ ପ୍ରବେଶ କରି ଭଙ୍ଗା ରୁଜା କରିଥିଲେ । ଏହାକୁ ଚିକିତ୍ସାଲୟର ସୁରକ୍ଷାକର୍ମୀ ବାରଣ କରିବାରୁ ସେମାନଙ୍କୁ ଧମକ ଚମକ ଦେଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ମେଡିକାଲ କର୍ତ୍ତୃପକ୍ଷ ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତିକରି ଅଭିଯୁକ୍ତ ନକଲି ସାମ୍ବାଦିକ ପ୍ରଦୀପ୍ତ କୁମାର ପ୍ରଧାନ ଓ ନକଲି ସମ୍ପାଦକ ନାରାୟଣ ପ୍ରସାଦ ନନ୍ଦକୁ ଗିରଫ କରାଯାଇଛି। ଏହି ଘଟଣାକୁ ନେଇ ସହରରେ ଚର୍ଚ୍ଚା ଜୋର ଧରିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details