ଓଡିଶା

odisha

By

Published : Nov 22, 2019, 10:43 PM IST

ETV Bharat / state

ଚିକିତ୍ସା ଅଭାବରୁ ମା’ ଚାଲିଗଲା ପରେ ଚେତିଲା ପ୍ରଶାସନ, ପୁଅର ଚିକିତ୍ସା ପାଇଁ ପଠାଇବ କଟକ

ତିର୍ତ୍ତୋଲ ବ୍ଲକ ଗରମ ପଞ୍ଚାୟତ ଅନ୍ତର୍ଗତ ବନଦୁର୍ଗା ଗାଁର ସ୍ତନକର୍କଟ ରୋଗରେ ପୀଡିତ ଧୋବିଲତାଙ୍କ ଚାଲିଗଲା ଜୀବନ । ଏବେ ତାଙ୍କ ପୁଅ ମାନସିକ ରୋଗରେ ପୀଡିତ ଅଛନ୍ତି । ଆସନ୍ତା 25 ତାରିଖରେ ମାନସିକ ଅନଗ୍ରସର ସୁକାନ୍ତଙ୍କୁ କଟକ ପଠାଯିବ ବୋଲି କହିଛନ୍ତି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ମୁଖପାତ୍ର ।

tritol block

ଜଗତସିଂହପୁର: ତ୍ରିର୍ତ୍ତୋଲ ବ୍ଲକ ଗରମ ପଞ୍ଚାୟତ ଅନ୍ତର୍ଗତ ବନଦୁର୍ଗା ଗାଁର ଧୋବିଲତା ଆଉ ନାହାନ୍ତି। ଧୋବିଲତା ଓ ତାଙ୍କ ମାନସିକ ଅନଗ୍ରସର ପୁଅ ସୁକାନ୍ତ ଜେନାଙ୍କ ସମ୍ପର୍କରେ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଉଥିଲା । କିନ୍ତୁ କୌଣସି ପ୍ରଶାସନିକ ଅଧିକାରୀ କି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସେଠାରେ ପାଦ ପଡିନଥିଲା। ଔଷଧ ବିନା ଯନ୍ତ୍ରଣାରେ ଛଟପଟ ହୋଇ ଗତକାଲି ରାତିରେ ଧୋବିଲତାଙ୍କର ମୃତ୍ୟୁ ହୋଇ ଯାଇଛି।

ମାନସିକ ବିକୃତ ସୁକାନ୍ତଙ୍କ ର ଚିକିତ୍ସା ଭାର ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଉପରେ

ମା'ଙ୍କ ପରେ ଏବେ ତାଙ୍କ ପୁଅ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ସୂଚନାଯୋଗ୍ୟ ଯେ, ଧୋବିଲତା ସ୍ତନ କର୍କଟ ରୋଗରେ ପୀଡିତ ଥିଲେ । ତାଙ୍କର ଏକମାତ୍ର ପୁଅ ମାନସିକ ରୋଗରେ ପୀଡିତ। ଆର୍ଥିକ ସ୍ଥିତି ଭଲ ନଥିବାରୁ ଉଭୟ ମା' ଓ ପୁଅ ଔଷଧ ଖାଇ ପାରିନଥିଲେ। ଔଷଧ ବିନା ଧୋବିଲତାଙ୍କର ମୃତ୍ୟୁ ହୋଇଛି ।

ତେବେ ଏସମ୍ବନ୍ଧରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ମୁଖପାତ୍ର ବସନ୍ତ କୁମାର ବାରିକ ଜାଣିଲାପରେ ପଦକ୍ଷେପ ଗ୍ରହଣ କରିଛନ୍ତି । ଆସନ୍ତା 25 ତାରିଖରେ ମାନସିକ ଅନଗ୍ରସର ସୁକାନ୍ତଙ୍କୁ କଟକ ପଠାଯିବ ବୋଲି କହିଛନ୍ତି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ମୁଖପାତ୍ର । ଏଥିସହ କହିଛନ୍ତି ଯେ, କଟକରୁ ଫେରିବା ପରେ ବି ସୁକାନ୍ତଙ୍କ ଦାୟିତ୍ବ ତାଙ୍କ ବିଭାଗ ବହନ କରିବ ।


ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details