ଓଡିଶା

odisha

ETV Bharat / state

ଜଗତସିଂହପୁରରେ ଟ୍ରାଫିକ ନିୟମ କୋହଳ

ଜଗତସିଂହପୁରରେ ଗତ ଦୁଇ ଦିନ ହେବ ଟ୍ରାଫିକ କଟକଣାକୁ କୋହଳ କରାଯାଇଛି। ତିନି ମାସ ମଧ୍ୟରେ ସମସ୍ତ କାଗଜପତ୍ର ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ କହିବା ପରେ ଟ୍ରାଫିକ ନିୟମକୁ କେତେକାଂଶରେ କୋହଳ କରାଯାଇଛି।

ଫଟୋ ସୌଜନ୍ୟ- ପ୍ରତିନିଧି, ଜଗତସିଂହପୁର

By

Published : Sep 9, 2019, 10:02 PM IST

ଜଗତସିଂହପୁର: ଜିଲ୍ଲାରେ ଗତ ଦୁଇ ଦିନ ହେବ ଟ୍ରାଫିକ କଟକଣାକୁ କୋହଳ କରାଯାଇଛି । ଦେଶରେ ନୂତନ ମୋଟର ଯାନ ଆଇନ ଲାଗୁ ହେବା ଫଳରେ ଜନସାଧାରଣଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ତେବେ ଆଜି ମୁଖ୍ୟମନ୍ତ୍ରୀ ଏନେଇ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି । ତିନି ମାସ ମଧ୍ୟରେ ସମସ୍ତ କାଗଜପତ୍ର ପ୍ରସ୍ତୁତ କରିବାକୁ କହିବା ପରେ ଟ୍ରାଫିକ ନିୟମକୁ କେତେକାଂଶରେ କୋହଳ କରାଯାଇଛି।

ଜିଲ୍ଲାରେ ପରିବହନ ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଭାବେ12ଟି ସ୍ଥାନରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିଲେ। ମୋଟାମୋଟି ଭାବରେ ମଦ ପିଇ ଗାଡି ଚଳାଇବା, ବିନା ହେଲମେଟ, ଗାଡିର ବୀମା, ରେଜିଷ୍ଟ୍ରେସନ ଓ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣ ଆଦି ଯାଞ୍ଚ କରାଯାଇଥିଲା।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଜଗତସିଂହପୁର

ଏଥିରେ ମୋଟ 1200 ଗାଡିକୁ ଧରାଯାଇ ପ୍ରାୟ 7 ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ଜୋରିମାନା ଆକାରରେ ଆଦାୟ କରାଯାଇଛି । ଏବେ ଯାଞ୍ଚ ପକ୍ରିୟାକୁ କୋହଳ କରି ଦିଆଯାଇଛି। ଯାହାଫଳରେ ଲୋକେ ସାମାନ୍ୟ ଆଶ୍ବସ୍ଥି ଅନୁଭବ କରଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details