ଭୁବନେଶ୍ବର:ତିର୍ତ୍ତୋଲ ଉପନିର୍ବାଚନ ଲାଗି ଆଜି ଫଳାଫଳ ଘୋଷଣା । କାହା ଦଖଲକୁ ଯିବ ତିର୍ତ୍ତୋଲ ? ସକାଳ 8ଟାରୁ ଭୋଟ ଗଣତି ଆରମ୍ଭ ହେବ । କୋରୋନା କଟକଣା ମଧ୍ୟରେ ଭୋଟ ଗଣତି ନେଇ ଜିଲ୍ଲାପ୍ରଶାସନର ପ୍ରସ୍ତୁତି ଚୂଡାନ୍ତ । ତିର୍ତ୍ତୋଲ ପାଇଁ 9 ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବୀତା କରିଛନ୍ତି ।
ଆଜି ଆସିବ ତିର୍ତ୍ତୋଲ ଫଳାଫଳ । କିଏ ମାରିବ ବାଜି ? ବିଜେଡିର ଦିବଙ୍ଗତ ପୂର୍ବତନ ନେତା ବିଷ୍ଣୁ ଚରଣ ଦାସଙ୍କ ନାଁରେ ପୁଅ ବିଜୟ ଶଙ୍କର ଦାସକୁ ଭରଷା କରିବେ କି ତିର୍ତ୍ତୋଲବାସୀ ? ନା ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ଏବଂ କଂଗ୍ରେସ ଆଶାୟୀ ହିମାଂଶୁ ଭୂଷଣ ମଲ୍ଲିକଙ୍କୁ ବାଛିବେ ଜନତା । ଆଜି ଏସବୁ ପ୍ରଶ୍ନର ଆସିବ ରେଜଲ୍ଟ ।
ବିଜୟ ଶଙ୍କର ଦାସଙ୍କ ବାପା ବିଷ୍ଣୁ ଚରଣ ଦାସ ଦଳର ସାଂଗଠନିକ ଦକ୍ଷତା ପାଇଁ ଜଣାଶୁଣା ହୋଇଥିବାବେଳେ ସିମ୍ପାଥି ଭୋଟ୍ ହାତେଇବାକୁ ଚେଷ୍ଟା କରିଛି ବିଜେଡି । ସେହିପରି ବିଜେପି ଏବଂ କଂଗ୍ରେସ ବିଜେଡି ଶାସନରେ ଦୁର୍ନୀତି ଏବଂ ବିକାଶର ଅଭାବକୁ ଦର୍ଶାଇ ଲୋକଙ୍କ ନିକଟରେ ପହଞ୍ଚିବାକୁ ପ୍ରୟାସ କରିଛନ୍ତି ।
ବିଷ୍ଣୁ ଚରଣ ଦାସ ଜଣେ ଭେଟେରାନ ବିଜେଡି ନେତା ଥିଲେ । ଯିଏକି 2019 ରେ ତିର୍ତ୍ତୋଲ ଜିତିଥିଲେ । 1990 ରୁ 2014 ମଧ୍ୟରେ ସେ ଲଗାତାର ପାଞ୍ଚଥର ଜଗତସିଂହପୁର ଆସନ ଜିତିଥିଲେ । ସେ ନବୀନ ପଟ୍ଟନାୟକ ସରକାରରେ ଜଣେ ମନ୍ତ୍ରୀ ଥିଲେ ଏବଂ ଥିଲେ ସଂସଦର ଉପର ଗୃହକୁ ମଧ୍ୟ ନିର୍ବାଚିତ ହୋଇଥିଲେ ।