ଜଗତସିଂହପୁର:ବହୁଚର୍ଚ୍ଚିତ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ବାନ୍ଧବୀ ସୋମାଲିକା ଦାଶ ପ୍ରତାରଣା ଅଭିଯୋଗ ଆଣିବା ପରେ ଘଟଣା ଦିନକୁ ଦିନ ବିବାଦୀୟ ହେବାରେ ଲାଗଛି । ବିଧାୟକଙ୍କ ପକ୍ଷରୁ ତାଙ୍କ ଉପରେ ଚାପ ବଢୁଥିବା ସୋମାଲିକା ଦାଶ ଅଭିଯୋଗ କରି ଆସୁଥିଲେ । ଗତକାଲି (ସୋମବାର) ଜଣେ ଅଜଣା ବ୍ୟକ୍ତି କଲ୍ କରି ତାଙ୍କୁ ବିଧାୟକଙ୍କ ସହିତ ଆପୋସ ବୁଝାମଣା କରିବାକୁ ଚାପ ସୃଷ୍ଟି କରୁଥିବା ସୋମାଲିକା ଅଭିଯୋଗ କରିଛନ୍ତି । ଅଯଥା ମାମଲାକୁ ନ ବଢାଇ ସମାଧାନର ବାଟ ଖୋଜ ବୋଲି ଅଜଣା ବ୍ୟକ୍ତି ଜଣଙ୍କ ତାଙ୍କୁ କହୁଥିବା କଲ ରେକର୍ଡରୁ ଜଣାପଡିଛି । ସେପଟେ ଘଟଣାକୁ ନେଇ ବିଧାୟକ ବିଜୟ ଶଙ୍କର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ସେ ଉକ୍ତ ବ୍ୟକ୍ତିଙ୍କୁ ଜାଣନ୍ତି ନାହିଁ । ସୋମାଲିକା ଦାଶ ତାଙ୍କ ବନ୍ଧୁଙ୍କୁ କହି ଏପରି କରିଥାଇପାରନ୍ତି ବୋଲି କହିଛନ୍ତି ।
ବିଧାୟକଙ୍କ ବାନ୍ଧବୀ ସୋମାଲିକା କହିଛନ୍ତି ଯେ, ବିଧାୟକଙ୍କ ନାମରେ ଯେବେଠାରୁ ସେ ଅଭିଯୋଗ ଆଣିଛନ୍ତି ସେହିଦିନ ଠାରୁ ତାଙ୍କୁ ବିଭିନ୍ନ ନମ୍ବରରୁ ଫୋନ କରାଯାଇ ଧମକ ଦିଆଯାଉଛି । ଗତକାଲି ଜଣେ ବ୍ୟକ୍ତି ବିଧାୟକଙ୍କ ସମ୍ପର୍କୀୟ ପରିଚୟ ଦେଇ ଏହି ଘଟଣାର ସମାଧାନ ପାଇଁ ଚାପ ପକାଇ ଥିଲେ । ଏହାକୁ ସୋମାଲିକା ବିରୋଧ କରିବାରୁ ସେ ବିଭିନ୍ନ ପ୍ରକାର ଧମକ ଚମକ ଦେଇଥିଲେ । ତେବେ ଏ ସମ୍ପର୍କରେ ଇଟିଭି ଭାରତ ପକ୍ଷରୁ ବିଧାୟକ ବିଜୟ ଶଙ୍କରଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ଏ ସମ୍ପର୍କରେ ସେ କିଛି ଜାଣି ନଥିବା କହିଛନ୍ତି । ଏହି ଘଟଣାକୁ ଅନ୍ୟ କିଛି ରଙ୍ଗ ଦେବାପାଇଁ ପୀଡିତା ତାଙ୍କ ବନ୍ଧୁଙ୍କ ସହାୟତାରେ ଏହିପରି କାର୍ଯ୍ୟ କରିଥାଇ ପାରନ୍ତି ବୋଲି ବିଧାୟକ ବିଜୟ ଶଙ୍କର କହିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ଜଣେ ଅଜଣା ବ୍ୟକ୍ତି ସୋମାଲିକାଙ୍କୁ କଲ କରି ବୁଝାମଣା କରିବାକୁ କହିଥିଲେ । ଏ ନେଇ ସୋମାଲିକା କହିଛନ୍ତି, ତାଙ୍କ ଉପରେ ଚାପ ପକାଇବା ପାଇଁ ଚେଷ୍ଟା କରାଯାଉଛି । ବିଧାୟକଙ୍କ ସମ୍ପର୍କୀୟ କିମ୍ବା ପାଖ ଲୋକ ଏହି କଲ କରିଥିବା ଅଭିଯୋଗ ହୋଇଛି । ଫୋନ ରେକର୍ଡିଂକୁ ସେ ପ୍ରମାଣ ପାଇଁ ରଖିଛନ୍ତି । ସୋମାଲିକା ଅଭିଯୋଗ କରିବାର 19 ଦିନରୁ ଅଧିକ ହେଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନାହାନ୍ତି । ସରକାର ପୋଲିସ ଉପରେ ଚାପ ପକାଉଛନ୍ତି । ବିଧାୟକଙ୍କୁ ଘଣ୍ଟ ଘୋଡା ଯାଉଛି ବୋଲି ଅଭିଯୋଗ କରିଛନ୍ତି ସୋମାଲିକା ଦାଶ । ଯଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସୋମାଲିକା ଦାଶ କହିଛନ୍ତି । ଏହି ଘଟଣାକୁ ନେଇ ତାଙ୍କ ପରିବାର ଲୋକଙ୍କୁ ହଇରାଣ କରାଯାଉଛି। ତଦନ୍ତ ନାମରେ ସୋମାଲିକାଙ୍କ ବାପା, ମାଆ ଓ ଭାଇଙ୍କୁ ବାରମ୍ବାର ପଚାରଉଚାରା କରାଯାଉଛି । କିନ୍ତୁ ଯାହାଙ୍କ ନାମରେ ଅଭିଯୋଗ ହୋଇଛି ତାଙ୍କୁ ପୋଲିସ ପଚାରଉଚରା କରିବାର ସାହସ କରିପାରୁ ନାହିଁ ବୋଲି କହିଛନ୍ତି ।
ଏହା ବି ପଢନ୍ତୁ...ଜୟନାରାୟଣ ମିଶ୍ରଙ୍କୁ ଭେଟିଲେ ତିର୍ତ୍ତୋଲ ବିଧାୟକଙ୍କ ବାନ୍ଧବୀ ସୋମାଲିକା