ଜଗତସିଂହପୁର: ଆଜି ସନ୍ଧ୍ୟାରେ ଜିଲ୍ଲାପାଳଙ୍କ ସଦଦ୍ଭାବନା ସଭାଗୃହରେ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ମାନଙ୍କ ସହ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ବୈଠକ ଅନୁଷ୍ଠିତ ହୋଇଛି ।
ଜିଲ୍ଲା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ର କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ନିର୍ବାଚନୀ ସଭା ଆୟୋଜନ କରାଯାଇଥିଲା । ନିର୍ବାଚନୀ ସଭା କରିବା ପାଇଁ ପ୍ରଶାସନ ପକ୍ଷରୁ 18 ଟି ପଡିଆ ପ୍ରସ୍ତୁତ କରି ରଖାଯାଇ ଥିବା ବେଳେ ଶୋଭାଯାତ୍ରାରେ 5ଟି ରୁ ଅଧିକ ଗାଡି ବ୍ୟବହାର ଉପରେ କଟକଣା ଜାରି କରାଯାଇଛି । ସେହିପରି ନିର୍ବାଚନୀ ସଭାରେ 200 ସହ ରୁ ଅଧିକ ଲୋକ ସମାଗମ ହୋଇ ପାରିବେନାହିଁ।ଏଥର ନିର୍ବାଚନ ରେ 80 ବର୍ଷ ରୁ ଉର୍ଦ୍ଧ୍ବ ଭୋଟର ଦିବ୍ୟାଙ୍ଗ, କୋଭିଡ ସଂକ୍ରମିତ ବ୍ୟକ୍ତି କିମ୍ବା ସଂକ୍ରମଣ ସନ୍ଦେହରେ ଥିବା ଭୋଟର ବୁଥକୁ ଆସିବାକୁ ବାରଣ କରାଯାଇଛି । ତେବେ ସେମାନଙ୍କୁ ପୋଷ୍ଟଲ ବାଲଟରେ ସେମାନେ ମତଦାନ କରିପାରିବେ ।