ଜଗତସିଂହପୁର:ଜିଲ୍ଲାର ସମସ୍ତ ସରକାରୀ ଅଫିସକୁ ସର୍ବ ସାଧାରଣ ଲୋକଙ୍କୁ ନାଁ । ଲୋକଙ୍କ ଯାଆସ ଉପରେ ଅଙ୍କୁଶ ଲଗାଇଛି ଜିଲ୍ଲା ପ୍ରଶାସନ । ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି । ଜିଲାର ସମସ୍ତ ବ୍ଲକ, ତହସିଲ କାର୍ଯ୍ୟାଳୟ, ଜିଲ୍ଲାପାଳଙ୍କ କାର୍ଯ୍ୟଳୟକୁ ସର୍ବ ସାଧାରଣ ଲୋକେ ଯାଇ ପାରିବେ ନାହିଁ ।
କେବଳ ଅଳ୍ପ କେତେକ ହାତ ଗଣତି ନିର୍ଦ୍ଦିଷ୍ଟ କର୍ମଚାରୀ ସରକାରୀ କାର୍ଯ୍ୟାଳୟକୁ ଯାଇ କାର୍ଯ୍ୟ ସମ୍ପାଦନ କରିବେ । ଯେଉଁ ବ୍ୟକ୍ତିଙ୍କ କିଛି ସମସ୍ୟା ରହିଛି ସେ ଅନ୍ଲାଇନ ମାଧ୍ୟମରେ କିମ୍ବା ଅଫିସ ସମୂଖରେ ଥିବା ଅଭିଯୋଗ ବାକ୍ସରେ ନିଜର ସମସ୍ୟାମାନ ଲେଖି ପ୍ରଶାସନ ନିକଟରେ ଜଣାଇ ପାରିବେ ।