ପାରାଦ୍ବୀପ:ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ବନ୍ଦର ଟ୍ରଷ୍ଟି ନିର୍ବାଚନକୁ ନେଇ ଦୁଇ ଶ୍ରମିକ ସଂଗଠନ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଛି । ଏଥିରେ ଉଭୟ ଗୋଷ୍ଠୀର ଏକାଧିକ ଲୋକ ଆହତ ହୋଇଛନ୍ତି । ଏହି ହିଂସାକାଣ୍ଡ ଘଟଣାରେ କଂଗ୍ରେସ ନେତା ବାପି ସର୍ଖେଲଙ୍କ ହାତ ରହିଥିବା ପାରାଦ୍ୱୀପ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଅଭିଯୋଗ ହୋଇଛି ।
ଏନେଇ ବାପି ସର୍ଖେଲଙ୍କ ନାମରେ ପାରାଦ୍ୱୀପ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ଅଭିଯୋଗ କରିଥିବା ଜଣାପଡିଛି । ସୂଚନାନୁସାରେ ଆସନ୍ତା 28 ତାରିଖ ଦିନ ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟର ଟ୍ରଷ୍ଟି ନିର୍ବାଚନ ହେବ । ଏନେଇ ଦୁଇଟି ଶ୍ରମିକ ସଂଗଠନ ପକ୍ଷରୁ ପ୍ରାର୍ଥୀ ଦିଆଯାଇଛି । ଏଥିରେ ଗୋଟିଏ ଶ୍ରମିକ ସଂଗଠନକୁ ବିଜେପି ସମର୍ଥନ କରୁଥିବା ବେଳେ ଅନ୍ୟଏକ ସଂଗଠନକୁ ଆମ ପାରାଦ୍ୱୀପ ଆମ ପ୍ରଗତିର ନେତା ବାପି ସର୍ଖେଲ ସମର୍ଥନ କରୁଛନ୍ତି ।
ତେବେ ଗତ ସୋମବାର ଟ୍ରଷ୍ଟି ନିର୍ବାଚନ ପାଇଁ ଦୁଇ ଗୋଷ୍ଠୀ ପ୍ରଚାର ଚଳାଇଥିବା ବେଳେ ହଠାତ୍ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏଥିରେ ଦୁଇଗୋଷ୍ଠୀର ଏକାଧିକ ଲୋକେ ଆହତ ହୋଇଥିଲେ । ଏହି ହିଂସାକାଣ୍ଡ ଘଟଣାକୁ ନେଇ ମଙ୍ଗଳବାର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବାପି ସର୍ଖେଲଙ୍କ ନାମରେ ପାରାଦ୍ୱୀପ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ ହୋଇଛି ।