ଜଗତସିଂହପୁର: ପରୀକ୍ଷା ଫି'କୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଜଗତସିଂହପୁରର ପ୍ରମୁଖ ଶିକ୍ଷାନୁଷ୍ଠାନ ସ୍ୱାମୀ ବିବେକାନନ୍ଦ ସ୍ବୟଂ ଶାସିତ ମହାବିଦ୍ୟାଳୟ (SVM)ରେ ଆଜି(ସୋମବାର) ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହାକୁ ନେଇ +3 ପଢ଼ୁଥିବା ଛାତ୍ରଛାତ୍ରୀ କଲେଜ ମୁଖ୍ୟଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ପରୀକ୍ଷା ଫି ବୃଦ୍ଧି, SVMରେ ତାଲା ପକାଇଲେ ଛାତ୍ରଛାତ୍ରୀ
ପରୀକ୍ଷା ଫି' ବୃଦ୍ଧିକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଜଗତସିଂହପୁରର ପ୍ରମୁଖ ଶିକ୍ଷାନୁଷ୍ଠାନ ସ୍ୱାମୀ ବିବେକାନନ୍ଦ ସ୍ବୟଂ ଶାସିତ ମହାବିଦ୍ୟାଳୟ (SVM)ରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ
କଲେଜ କର୍ତ୍ତୃପକ୍ଷ ମାନମୁଖୀ ଭାବରେ ବିଭିନ୍ନ ବର୍ଦ୍ଧିତ ଫି' ଆଦାୟ କରୁଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଗରିବ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଉପରେ ଗଭୀର ପ୍ରଭାବ ପଡ଼ୁଛି । ଏକ ସପ୍ତାହ ପୂର୍ବରୁ ରି-ଆଡ୍ମିଶନ ଫି' ବାବଦରେ ୨ ହଜାରରୁ ବଢ଼ାଇ ୨ ହଜାର ୫ ଶହ ଟଙ୍କା ନେଇଛି କଲେଜ । ପୁନଃ ଏବେ ପରୀକ୍ଷା ଫି' ବାବଦରେ ପ୍ରଶ୍ନପତ୍ର ପିଛା ୨୦୦ ଟଙ୍କା ବଢ଼ାଇ ଦେଇଛି କଲେଜ ପ୍ରଶାସନ । ଏହାକୁ ନେଇ ଛାତ୍ରଛାତ୍ରୀ ତୀବ୍ର ବିରୋଧ ପ୍ରଦର୍ଶନ ସହ ହଙ୍ଗାମା କରିଛନ୍ତି ।
ସେପଟେ ଗତବର୍ଷ କୋଭିଡ ସଂକ୍ରମଣ କାରଣରୁ ଅନ୍ଲାଇନ ପରୀକ୍ଷା କରାଯାଇଥିଲା । ଏଥିପାଇଁ ପରୀକ୍ଷା ଫି' କମ୍ ରହିଥିଲା । ଚଳିତ ବର୍ଷ ଅଫ୍ଲାଇନ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ହୋଇଥିବା ଯୋଗୁଁ ବର୍ଦ୍ଧିତ ଫି' ଆଦାୟ କରାଯାଉଥିବା କଲେଜ କର୍ତ୍ତୃପକ୍ଷ ସଫେଇରେ କହିଛନ୍ତି।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ