ଓଡିଶା

odisha

By

Published : Jan 28, 2022, 5:41 PM IST

ETV Bharat / state

ମୌଳିକ ଶିକ୍ଷାକୁ ଗୁରୁତ୍ବ ଦେବାକୁ ଦାବି କଲା ରାଜ୍ୟ ଅଭିଭାବକ ମହାସଂଘ

ଜଗତସିଂହପୁର ଜିଲ୍ଲାରେ ରାଜ୍ୟ ଅଭିଭାବକ ମହାସଂଘର ସାମ୍ବାଦିକ ସମ୍ମିଳନୀ । ମୌଳିକ ଶିକ୍ଷାକୁ ଗୁରୁତ୍ବ ଦେବାକୁ ଦାବି । ଅଧିକ ପଢନ୍ତୁ

ରାଜ୍ୟ ଅଭିଭାବକ ମହାସଂଘର ପ୍ରେସମିଟ:  ମୌଳିକ ଶିକ୍ଷାକୁ ଗୁରୁତ୍ବ ଦେବାକୁ ଦାବି
ରାଜ୍ୟ ଅଭିଭାବକ ମହାସଂଘର ପ୍ରେସମିଟ: ମୌଳିକ ଶିକ୍ଷାକୁ ଗୁରୁତ୍ବ ଦେବାକୁ ଦାବି

ଜଗତସିଂହପୁର :ଜିଲ୍ଲାରେ ରାଜ୍ୟ ଅଭିଭାବକ ମହାସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ରାଜ୍ୟରେ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ବ୍ୟକ୍ତିମାନେ ମୌଳିକ ଶିକ୍ଷାକୁ ନେଇ ଲିଖିତ ସତ୍ୟପାଠ ଦେବାକୁ ଦାବି କରିଛି ସଂଘ । ମହାସଂଘର ରାଜ୍ୟ ସଭାପତି ବାସୁଦେବ ଭଟ୍ଟ କହିଛନ୍ତି ଯେ ରାଜ୍ୟରେ ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ମୌଳିକ ଶିକ୍ଷାକୁ ନେଇ ପଞ୍ଚାୟତ ପ୍ରତିନିଧିମାନେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି।

ରାଜ୍ୟ ଅଭିଭାବକ ମହାସଂଘର ପ୍ରେସମିଟ: ମୌଳିକ ଶିକ୍ଷାକୁ ଗୁରୁତ୍ବ ଦେବାକୁ ଦାବି

ଏଥିପାଇଁ ପଞ୍ଚାୟତ ପ୍ରତିନିଧିମାନେ ନିର୍ବାଚନ ସମୟରେ ଲୋକଙ୍କୁ ଲିଖିତ ପ୍ରତିଶ୍ରୁତି ଦେବାକୁ ଦାବି କରିଛନ୍ତି। ରାଜ୍ୟରେ ସରକାରୀ ସ୍କୁଲ ବନ୍ଦ ଓ ମିଶ୍ରଣ ଦ୍ୱାରା ଗମନାଗମନର ଦୂରତ୍ୱ ବଢି ଯାଉଛି । ଫଳରେ ପିଲାମାନେ ଶିକ୍ଷାଦାନରୁ ବଞ୍ଚିତ ହେଉଛନ୍ତି ।

ଏହାବି ପଢନ୍ତୁ :Rapid Antigen Test kit: ଓଡିଶାର ପ୍ରଥମ ଆଣ୍ଟିଜେନ୍‌ ଟେଷ୍ଟ କିଟ୍‌କୁ ICMRର ଅନୁମୋଦନ

ଶିକ୍ଷା ଅଧିକାର ଆଇନ ଅନୁସାରେ ଘରୋଇ ସ୍କୁଲ ରେ 25%ସିଟ ଗରିବ, ଅନଗ୍ରସର ଜାତି ଓ ଜନ ଜାତି ପାଇଁ ମାଗଣାରେ ପାଠ ପଢିବାକୁ ନିୟମ ରହିଛି । ହେଲେ ଏହାକୁ ଘରୋଇ ସ୍କୁଲ କର୍ତ୍ତୃପକ୍ଷମାନେ ପାଳନ କରୁନାହାନ୍ତି। ସେଥିପ୍ରତି ପଞ୍ଚାୟତ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପୌର ପରିଷଦର ପ୍ରତିନିଧି ମାନେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଯେପରି ପିଲାମାନେ ଶିକ୍ଷାରୁ ବଞ୍ଚିତ ନ ହେବେ ସେଥିପାଇଁ ପ୍ରତ୍ୟକ ଦଳର କର୍ମକର୍ତ୍ତା ଓ ପ୍ରାର୍ଥୀମାନେ ଲୋକଙ୍କ ପାଖରେ ସତ୍ୟପାଠ ରଖିବାକୁ ସେ ଦାବି କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ABOUT THE AUTHOR

...view details