ଓଡିଶା

odisha

ETV Bharat / state

କ୍ରୀଡାମନ୍ତ୍ରୀଙ୍କ ଜଗତସିଂହପୁର ଗସ୍ତ: କ୍ରୀଡାର ଭିତ୍ତିଭୂମି ବିକାଶ ଉପରେ କଲେ ସମୀକ୍ଷା

କ୍ରୀଡାମନ୍ତ୍ରୀଙ୍କ ଜଗତସିଂହପୁର ଜିଲ୍ଲା ଗସ୍ତ । କ୍ରୀଡାର ଭିତ୍ତିଭୂମି ବିକାଶ ଉପରେ କଲେ ସମୀକ୍ଷା । ଅଧିକ ପଢନ୍ତୁ...

By

Published : Jan 16, 2021, 10:50 PM IST

କ୍ରୀଡାମନ୍ତ୍ରୀଙ୍କ ଜଗତସିଂହପୁର ଗସ୍ତ: କ୍ରୀଡାର ଭିତ୍ତିଭୂମି ବିକାଶ ଉପରେ କଲେ ସମୀକ୍ଷା
କ୍ରୀଡାମନ୍ତ୍ରୀଙ୍କ ଜଗତସିଂହପୁର ଗସ୍ତ:କ୍ରୀଡାର ଭିତ୍ତିଭୂମି ବିକାଶ ଉପରେ କଲେ ସମୀକ୍ଷା

ଜଗତସିଂହପୁର : ଜିଲ୍ଲାକୁ ଦୁଇଦିନିଆ ଗସ୍ତରେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା। ଆଜି ( ଶନିବାର) ମନ୍ତ୍ରୀ ସର୍କିଟ ହାଉସରେ ପହଞ୍ଚି ଜିଲ୍ଲା କ୍ରୀଡା ଅଧିକାରୀଙ୍କ ସହ ଆଲୋଚନା କରିବା ସହ କ୍ରୀଡାର ଭିତ୍ତିଭୂମି ବିକାଶ ଉପରେ ସମୀକ୍ଷା କରିଥିଲେ । ସହରରେ ଥିବା ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ବୁଲି ଦେଖିବା ସହ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। ରାଜ୍ୟରେ 314 ବ୍ଲକ ଓ 149ଟି ସହର ପାଇଁ ମିନି ଷ୍ଟାଡିୟମ ନିର୍ମାଣ ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। 1994 ମସିହାରେ ଉଦଘାଟିତ ହୋଇଥିବା ଏହି ଷ୍ଟାଡିୟମର ଭିତ୍ତିଭୂମି ବିକାଶରେ ଅଗ୍ରଗତି ହୋଇ ପାରି ନଥିବା ମନ୍ତ୍ରୀ ପ୍ରକାଶ କରିଥିଲେ।

କ୍ରୀଡାମନ୍ତ୍ରୀଙ୍କ ଜଗତସିଂହପୁର ଗସ୍ତ:କ୍ରୀଡାର ଭିତ୍ତିଭୂମି ବିକାଶ ଉପରେ କଲେ ସମୀକ୍ଷା

ସେହିପରି ଜିଲ୍ଲା ସଦର ମହକୁମାରେ 16 ଏକର ବିଶିଷ୍ଟ ଜମିରେ ଏକ ମିନି ଷ୍ଟାଡିୟମ ନିର୍ମାଣ କରାଯିବ। ଏଥିରେ ଇଣ୍ଟି ଗ୍ରେଟେଡ ସ୍ପୋଟ୍ସ, କମ୍ପ୍ଲେକ୍ସ, ସୁଇମ ପୁଲ, ଫୁଟବଲ ,ହକି, ଆଥେଲାଟିକ୍ସି, ଭଲିବଲ ଓ ବାସ୍କେଟ ବଲ ଖେଳ ପାଇଁ ବ୍ୟବସ୍ଥା କରାଯିବାକୁ ମନ୍ତ୍ରୀ କହିଥିଲେ। ଜିଲ୍ଲାପାଳ ତୁରନ୍ତ ଜମି ଯୋଗାଇ ଦେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details