ଓଡିଶା

odisha

By

Published : Dec 16, 2019, 6:11 PM IST

ETV Bharat / state

ଧନୁ ସଂକ୍ରାନ୍ତିରେ ମା' ଶାରଳାଙ୍କ ପହିଲି ଭୋଗ ନୀତି

ଆଜି ଧନୁ ସଂକ୍ରାନ୍ତି ଅବସରରେ ଶକ୍ତିପୀଠ ଝଙ୍କଡର ମା' ଶାରଳାଙ୍କ ମନ୍ଦିରରେ ବିଶେଷ ପୂଜା ହୋଇଛି। ମା' ଶାରଳାଙ୍କୁ ମହାଲଷ୍ମୀ ବେଶରେ ସଜ୍ଜିତ କରାଯାଇ ଗୋପାଳବଲ୍ଲଭ ଭୋଗ ଲାଗି ହୋଇଥିଲା।

jhankada sarala
jhankada sarala

ଜଗତସିଂହପୁର: ଜିଲ୍ଲାର ଇଷ୍ଟଦେବୀ ତଥା ଓଡିଶାର ଅନ୍ୟତମ ଶକ୍ତିପୀଠ ଝଙ୍କଡର ମା' ଶାରଳାଙ୍କ ମନ୍ଦିରରେ ଆଜି ଧନୁ ସଂକ୍ରାନ୍ତି ଅବସରରେ ବିଶେଷ ପୂଜା ନୀତି ହୋଇଛି। ଏହା ସହ ମା'ଙ୍କ ପହିଲି ଭୋଗ ନୀତି ଆରମ୍ଭ ହୋଇଛି।

ଭୋର 4ଟାରୁ ପହୁଡ ଖୋଲାଯାଇ ମଙ୍ଗଳ ଆଳତି, ମଇଲମ ପରେ ମା'ଙ୍କୁ ମଧୁସ୍ନାନ ଓ ମାର୍ଜନ କରାଯାଇ ଥିଲା। ପରେ ମା' ଙ୍କୁ ମହାଲଷ୍ମୀ ବେଶରେ ସଜ୍ଜିତ କରାଯାଇ ଗୋପାଳବଲ୍ଲଭ ଭୋଗ ଲାଗି ହୋଇଥିଲା।

ଧନୁ ସଂକ୍ରାନ୍ତିରେ ମା' ଶାରଳାଙ୍କ ପହିଲି ଭୋଗ ନୀତି

ଆଜି ଏହି ଦୁର୍ଲଭ ବେଶ ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଛି । ଧନୁ ସଂକ୍ରାନ୍ତି ଥିବାରୁ ହଜାର ହଜାର ଲୋକ ମା'ଙ୍କୁ ଦର୍ଶନ କରିବା ସହିତ ମୁଆଁ ଭୋଗ ଲାଗିକରିଥିଲେ। ମନ୍ଦିର ପ୍ରଶାସନ ଓ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details