ଜଗତସିଂହପୁର: ଜିଲ୍ଲାରେ ଆଜି (ଶନିବାର) ରାଜ୍ୟ ସରକାରଙ୍କ ପକ୍ଷରୁ ସଟଡାଉନ ଘୋଷଣା କରାଯାଇଛି । କିନ୍ତୁ ପୋଲିସ ପ୍ରଶାସନର କୋହଳ ମନୋଭାବ ପୋଷଣ ଯୋଗୁଁ ଏହା ସଫଳ ହୋଇ ନଥିବା ଦେଖିବାକୁ ମିଳିଛି । ସହରର ପ୍ରବେଶ ପଥକୁ ଜିଲ୍ଲା ପୋଲିସ ସିଲ କରି ନଥିବା ବେଳେ ଜଣେ ବି କେହି ପୋଲିସ କର୍ମଚାରୀ ଦେଖିବାକୁ ମିଳି ନଥିଲେ। ଏହାର ସୁଯୋଗ ନେଇ ଅମାନିଆ ଗାଡି ଧରି ବିନା ମାସ୍କରେ ଖୁଲମ ଖୋଲା ବୁଲୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି ।
ସଟଡାଉନକୁ ମାନିଲେନି ଅମାନିଆ - ସଡ ଡାଉନ
କୋରୋନା ସଂକ୍ରମଣରେ ବ୍ରେକ୍ ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ 11ଟି ଜିଲ୍ଲାରେ ସପ୍ତାହକୁ 2 ଦିନିଆ ସଟଡାଉନ ଘୋଷଣା କରାଯାଇଛି । କିନ୍ତୁ ପୋଲିସ ପ୍ରଶାସନର କୋହଳ ମନୋଭାବ ପୋଷଣ ଯୋଗୁଁ ଏହା ସଫଳ ହୋଇ ନଥିବା ଦେଖିବାକୁ ମିଳିଛି ।
shutdown-failed-in-jagatsinhpur
ସହରର ପ୍ରମୁଖ ସମ୍ବେଦନଶୀଳ ସ୍ଥାନ କୋଟ ଛକ, ଥାନା ଛକ, କଲେଜ ଛକ, ମେଡିକାଲ ଛକ ଆଦି ସ୍ଥାନରେ ଜଣେ ବି କେହି ପୋଲିସ ଅଧିକାରୀ କିମ୍ବା କର୍ମଚାରୀଙ୍କୁ ଦେଖିବାକୁ ମିଳି ନଥିଲା । ତେବେ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ସଟଡାଉନକୁ କଡାକଡି କରିବାରେ ପ୍ରଶାସନ ଓ ପୋଲିସ ବିଫଳ ହୋଇଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ