ଓଡିଶା

odisha

ETV Bharat / state

ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ - jagatsingpur

ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ । ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

By

Published : Aug 22, 2019, 8:55 AM IST

ଜଗତସିଂହପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ । ଗତକାଲି ବିଳମ୍ବିତ ରାତି ୨ଟା ସମୟରେ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇନାହିଁ ।

ଅଗ୍ନିକାଣ୍ଡ ଯୋଗୁଁ ମେଡିକାଲ ସାରା ଧୂଆଁ ଭର୍ତ୍ତି ହୋଇଯାଇଥିଲା। ଫଳରେ ପ୍ରସୂତୀରେ ଥିବା ରୋଗୀମାନେ ଆତଙ୍କିତ ହୋଇ ଦୌଡାଦୌଡି ଆରମ୍ଭ କରିଦେଇଥିଲେ।

ସୂଚନାମୁତାବକ, ମେଡିକାଲ ଆକ୍ବାଗାର୍ଡରୁ ବିଦ୍ୟୁତ ସଂଯୋଗ ହୋଇଥିବା ସ୍ଥାନରୁ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details