ଓଡିଶା

odisha

ETV Bharat / state

ଜଗତସିଂହପୁରର ସମସ୍ତ ମନ୍ଦିରରେ 144 ଧାରା ଜାରି

କୋରୋନା ମହାମାରୀ କାରଣରୁ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଜଗତସିଂହପୁର ଜିଲ୍ଲାପାଳ ଜିଲ୍ଲାର ସମସ୍ତ ମନ୍ଦିରରେ 144 ଧାରା ଲାଗୁ କରିଛନ୍ତି । ଅଧିକ ପଢନ୍ତୁ...

By

Published : Nov 29, 2020, 10:03 PM IST

ଜଗତସିଂହପୁରର ସମସ୍ତ ମନ୍ଦିରରେ 144 ଧାରା ଜାରି
ଜଗତସିଂହପୁରର ସମସ୍ତ ମନ୍ଦିରରେ 144 ଧାରା ଜାରି

ଜଗତସିଂହପୁର: କାର୍ତ୍ତିକ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ଜଗତସିଂହପୁରର ସମସ୍ତ ମନ୍ଦିରରେ 144 ଧାରା ଜାରି । କୋରୋନା ମହାମାରୀ କାରଣରୁ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଜଗତସିଂହପୁର ଜିଲ୍ଲାପାଳ ଜିଲ୍ଲାର ସମସ୍ତ ମନ୍ଦିରରେ 144 ଧାରା ଲାଗୁ କରିଛନ୍ତି ।

ଜଗତସିଂହପୁରର ସମସ୍ତ ମନ୍ଦିରରେ 144 ଧାରା ଜାରି

ଜିଲ୍ଲା ପ୍ରଶାସନ ପକ୍ଷରୁ ପାରାଦ୍ବୀପ ମଧୁବନ ଜଗନ୍ନାଥଙ୍କ ମନ୍ଦିର, ଝଙ୍କଡ଼ ସ୍ଥିତ ମା ଶାରଳାଙ୍କ ମନ୍ଦିର, ଗୋରେଖ ନାଥଙ୍କ ପୀଠ, ଗଡ଼ କୁଜଙ୍ଗ ଜଗନ୍ନାଥ ମନ୍ଦିର, ପଞ୍ଚୁପଲିର ଗ୍ରାମେଶ୍ବର ମନ୍ଦିର, ସାହାଡ଼ା ବେଦୀ ଜଗନ୍ନାଥ ମନ୍ଦିର, ଗୋଡ଼ାର ବୃନ୍ଦାବନ ବିହାରୀ ଜୀଉ ମନ୍ଦିର, ନାଉଗାଁର ଗାରେଇ ଜଗନ୍ନାଥ ମନ୍ଦିର, କୋରଆର ନୀଳକଣ୍ଠଶ୍ବର ମନ୍ଦିର, ଚାନ୍ଦପୁର ଜଗନ୍ନାଥ ମନ୍ଦିର, ଅଲନା, ଜଗନ୍ନାଥ ମନ୍ଦିର, ଧ୍ୟାନକୁଦ ଜଗନ୍ନାଥ ମନ୍ଦିର, ଜଗତସିଂହପୁର ସହରର ସୋମନାଥ ମନ୍ଦିର, ବିଅଳର ଗତନାଥଙ୍କ ମନ୍ଦିର, ସିଦ୍ଧଳ ଜଗନ୍ନାଥ ମନ୍ଦିର ପରିସରରେ ରବିବାର ଠାରୁ ସୋମବାର ସନ୍ଧ୍ୟା ପର୍ଯ୍ୟନ୍ତ 144 ଧାରା ଜାରି କରାଯାଇଛି। ଏହି ସ୍ଥାନରେ 4ରୁ ଅଧିକ ଲୋକ ଏକାଠି ହେବା ଉପରେ ନିଷେଧାଦେଶ ଜାରି କରାଯାଇଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details