ଜଗତସିଂହପୁର: ପାରାଦୀପ ତୈଳ ବିଷୋଧନାଗାର ପରିସରରେ ଧାରା 144 ଲାଗୁ କରାଗଲା । ଏ ନେଇ ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ।
ଦିନକୁ ଦିନ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲଗିଛି । କ୍ରମାଗତ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଲୋକମାନେ ମଧ୍ୟ କୋରୋନା କଟକଣାକୁ ଅମାନ୍ୟ କରୁଥିବାରୁ ପାରାଦ୍ବୀପ ତୈଳ ବିଶୋଧନାଗାର ପରିସର ଓ ଏହାର ଆଖପାଖ ଅଞ୍ଚଳରେ ରବିବାର ଜଗତସିଂହପୁର ଜିଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ଏହା ଅନିର୍ଦ୍ଧିଷ୍ଠ କାଳ ପର୍ଯ୍ୟନ୍ତ ବଳବତ୍ତର ରହିବ । ସେହିପରି ପାରାଦୀପରେ ଥିବା ଏଲ୍ ଆଣ୍ଡ ଟି କମ୍ପାନିର ୨ଟି କଲୋନି ଆଭୟଚାନ୍ଦପୁର କଲୋନି ଓ ବଗଦିଆ ଠାରେ ଥିବା ଏଲ୍ ଆଣ୍ଡ ଟି କଲୋନୀ ୧୪୪ ଧାରା ଜାରି କରିଛି ପ୍ରଶାସନ ।