ଓଡିଶା

odisha

ETV Bharat / state

ପାରାଦୀପରେ ସମ୍ବିତ, ଜଗତସିଂହପୁରରେ ପ୍ରଶାନ୍ତ ବିଜୟୀ

ଚଳିତ ସାଧାରଣ ନିର୍ବାଚନରେ ଜଗତସିଂହପୁରରେ ବିଜେଡ଼ି ବାଜିମାତ କରିଛି । ଜିଲ୍ଲାର 4ଟି ଯାକ ବିଧାନସଭା ଆସନରେ ବିଜେଡ଼ି କ୍ଲିନ ସ୍ବିପ କରିଛି ।

By

Published : May 23, 2019, 11:45 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡ଼ିଆ

ଜଗତସିଂହପୁର: ଚଳିତ ସାଧାରଣ ନିର୍ବାଚନରେ ଜଗତସିଂହପୁରରେ ବିଜେଡ଼ି ବାଜିମାତ କରିଛି । ଜିଲ୍ଲାର 4ଟି ଯାକ ବିଧାନସଭା ଆସନରେ ବିଜେଡ଼ି କ୍ଲିନ ସ୍ବିପ କରିଛି । ତେବେ ଜିଲ୍ଲାର ହେଭିଓ୍ବେଟଙ୍କ ମଧ୍ୟରେ ବେଶ କଡ଼ା ଟକ୍କର ହୋଇଥିବା ଦେଖିବାକୁ ମିଳିଛି ।
ମିଳିଥିବା ସୂଚନା ମୁତାବକ ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି ବିଜୟ ଲାଭ କରିଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ଚିରଞ୍ଜିବ ବିଶ୍ବାଳଙ୍କୁ 8870 ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ସେ 67169 ଖଣ୍ଡ ଭୋଟ ପାଇଥିବା ବେଳେ ଚିରଞ୍ଜିବ ବିଶ୍ବାଳ 58299 ଖଣ୍ଡ ଭୋଟ ଓ ବିଜେପି ପ୍ରାର୍ଥୀ ସତ୍ୟବ୍ରତ ମହାପାତ୍ର 27 448 ଖଣ୍ଡ ଭୋଟ ପାଇଛନ୍ତି ।

ଆହୁରି ପଢନ୍ତୁ: ବିଜେପୁରରୁ ଜିତିଲେ ନବୀନ, ଦଳ ଓ କର୍ମକର୍ତ୍ତାଙ୍କୁ ଦେଲେ ଶ୍ରେୟ


ସେହିପରି ପାରାଦୀପ ନିର୍ବାଚନ ମଣ୍ଡଳୀର ବିଜେଡ଼ିର ସମ୍ବିତ ରାଉତରାୟ ବିଜୟ ଲାଭ କରିଛନ୍ତି । ସେ ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସର ଅରିନ୍ଦମ ସର୍ଖେଲଙ୍କୁ ପରାଜିତ କରିଛନ୍ତି । କଂଗ୍ରେସ ପ୍ରାର୍ଥୀ ଅରିନ୍ଦମ ସର୍ଖେଲ ୪୮୫୪୨ଖଣ୍ଡ ପାଇ ୨ୟ ସ୍ଥାନ ଓ ବିଜେପି ପ୍ରାର୍ଥୀ ସମ୍ପଦ କୁମାର ସ୍ବାଇଁ ୩୪୫୬ ଖଣ୍ଡ ଭୋଟ ପାଇ ୩ୟ ସ୍ଥାନ ଅଧିକାର କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details