ଓଡିଶା

odisha

ETV Bharat / state

ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଦଳୀୟ କର୍ମୀଙ୍କ ବିରୋଧ

ବିଜେଡି ସମ୍ବର୍ଦ୍ଧନା ସଭାରେ ଦୁଇ ଗୋଷ୍ଠି ମୁହାଁମୁହିଁ । ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ବିରୋଧ କରିଛନ୍ତି ତାଙ୍କରି ଦଳର ହିଁ କିଛି କର୍ମୀ ।

By

Published : Jun 9, 2019, 2:09 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଜଗତସିଂହପୁର: ପୁଣି ପଦାରେ ପଡିଲା ବିଜେଡିର ଦଳୀୟ କନ୍ଦଳ । ବିଜେଡିର ସମ୍ବର୍ଦ୍ଧନା ସଭା ଚାଲିଥିବା ବେଳେ ବିଜେଡିର ଦୁଇ ଗୋଷ୍ଠି ମୁହାଁମୁହାଁ ହୋଇଛନ୍ତି । ଏଭଳି ଘଟଣା ଘଟିଛି ଜିଲ୍ଲାର ସାରଦା ମଣ୍ଡପରେ ଚାଲିଥିବା ସମ୍ବର୍ଦ୍ଧନା ସଭାରେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଶନିବାର ବିଜେଡି ପକ୍ଷରୁ ଆୟୋଜିତ ହୋଇଥିଲା ସମ୍ବର୍ଦ୍ଧନା ସଭା । ଏଥିରେ ନବ ନିର୍ବାଚିତ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ବାଲିକୁଦା-ଏରସମା ବିଧାୟକ ତଥା ମନ୍ତ୍ରୀ ରଘୁନନ୍ଦନ ଦାସଙ୍କୁ ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ ସମ୍ବର୍ଦ୍ଧିତ କରିଥିଲେ । କିନ୍ତୁ ଏହି ସଭାରେ ପ୍ରଶାନ୍ତ ମୁଦୁଲିଙ୍କୁ ଜୋରଦାର ବିରୋଧ କରିଥିଲେ ଜିଲ୍ଲା ସଭାପତିଙ୍କ କିଛି ସମର୍ଥକ । ଯାହାକୁ ନେଇ ବେଶ୍ କିଛି ସମୟ ସେଠାରେ ଉତ୍ତେଜନା ଦେଖାଦେଇଥିଲା ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details