ଓଡିଶା

odisha

ETV Bharat / state

‘ଅନେଶତର ପୁନରାବୃତି କଲା ଫନି’

ଅନେଶତ ମସିହାରେ ହୋଇଥିବା ମହାବାତ୍ୟାର ‘ଫନି’ ହେଉଛି ଦ୍ବିତୀୟ ରୂପ । ଛାରଖାର କରିଦେଇଛି ଘରଦ୍ବାର । ଭାଙ୍ଗି ପକାଇଛି କେତେ ବଡ ବଡ ଗଛ । ଆମେ ଏହା ପୂର୍ବରୁ ଏପରି କେବେ ଦେଖିନଥିଲୁ ବୋଲି କହିଛନ୍ତି ଜଗତସିଂହପୁର କେନ୍ଦାଳ ଗ୍ରାମର ଗ୍ରାମବାସୀ ।

ଫଟୋ ସୌଜନ୍ଯ : ସମ୍ବାଦଦାତାଜଗତସିଂହପୁର,

By

Published : May 3, 2019, 11:41 PM IST

ଜଗତସିଂହପୁର : ଅନେଶତ ମସିହାରେ ହୋଇଥିବା ମହାବାତ୍ୟାର ‘ଫନି’ ହେଉଛି ଦ୍ବିତୀୟ ରୂପ । ଛାରଖାର କରିଦେଇଛି ଘରଦ୍ବାର । ଭାଙ୍ଗି ପକାଇଛି କେତେ ବଡ ବଡ ଗଛ । ଆମେ ଏହା ପୂର୍ବରୁ ଏପରି କେବେ ଦେଖିନଥିଲୁ ବୋଲି କହିଛନ୍ତି ଜଗତସିଂହପୁର କେନ୍ଦାଳ ଗ୍ରାମର ଗ୍ରାମବାସୀ ।

ଭିଡିଓ ସୌଜନ୍ଯ : ସମ୍ବାଦଦାତାଜଗତସିଂହପୁର,

ଅଧିକାଂଶ ଲୋକଙ୍କ ଘର ଭାଙ୍ଗି ଯାଇଛି । ରାସ୍ତାରେ ପଡି ରହିଛି ନଡିଆ ଗଛ, ବିଦ୍ୟୁତ ଖୁଣ୍ଟ । ଫଳରେ ଯାତାୟତ ସମ୍ପୂର୍ଣ୍ଣ ଭାବରେ ବାଧାପ୍ରାପ୍ତ ହୋଇଛି । କାହାର ଉଡିଯାଇଛି ଚାଳ ଛପର ତ ଆଉ କାହାର ଭାଙ୍ଗିଯାଇଛି ଛାତଘର ।

ଜଗତସିଂହପୁର ଠାରୁ ମାତ୍ର 7 କିଲୋମିଟର ଦୂରରେ ଅବସ୍ଥିତ ଏହି ଗ୍ରାମ । ବାତ୍ୟା ଫନି ଫଳରେ ଏହି ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା କହିଛନ୍ତି ଗ୍ରାମବାସୀ ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details