ଓଡିଶା

odisha

By

Published : Jul 29, 2020, 4:21 AM IST

ETV Bharat / state

ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ପ୍ରବେଶ ଉପରେ କଟକଣା

ଜଗତସିଂହପୁର ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ମଙ୍ଗଳବାର ଠାରୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା। କୌଣସି ଅଭିଯୋଗ ଥିଲେ ହ୍ଵାଟସପ ନମ୍ବର କିମ୍ବା ଇ-ମେଲ , ଟୁଇଟର ମାଧ୍ୟମରେ କରିପାରିବେ । ଅଧିକ ପଢନ୍ତୁ...

ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ପ୍ରବେଶ ଉପରେ କଟକଣା
ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ପ୍ରବେଶ ଉପରେ କଟକଣା

ଜଗତସିଂହପୁର: ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ମଙ୍ଗଳବାର ଠାରୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଜାରି । କୌଣସି ଅଭିଯୋଗ ଥିଲେ ହ୍ଵାଟସପ ନମ୍ବର କିମ୍ବା ଇ-ମେଲ , ଟୁଇଟର ମାଧ୍ୟମରେ କରିପାରିବେ ।

ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ପ୍ରବେଶ ଉପରେ କଟକଣା

ଜିଲ୍ଲାରେ କୋରୋନା ସଂକ୍ରମଣର ଦ୍ରୁତ ବୃଦ୍ଧି ଦୃଷ୍ଟିରୁ ଜିଲ୍ଲା ପୋଲିସ ପ୍ରଶାସନ ଏହିଭଳି ପଦକ୍ଷେପ ଗ୍ରହଣ କରିଛି । ଯଦି କୌଣସି ଅଭିଯୋଗ କରି ପୋଲିସ ମୁଖ୍ୟାଳୟରେ ଅଭିଯୋଗ କରିବାର ଥାଏ ତେବେ ସେ ଜିଲ୍ଲାର ସମସ୍ତ 14 ଟି ଥାନରେ ରଖାଯାଇଥିବା ଅଭିଯୋଗ ବକ୍ସରେ ସେମାନେ ନିଜ ନିଜର ଅଭିଯୋଗ ପତ୍ର ଦେଇ ପାରିବେ। ଅନ୍ୟ ପକ୍ଷରେ ଅନଲାଇନ ଅଭିଯୋଗ ପତ୍ର ଗ୍ରହଣ କରାଯାଇ ପାରିବ। ସେଥିପାଇଁ ଜିଲ୍ଲା ପୋଲିସ ପକ୍ଷରୁ ହ୍ଵା ଟସପ ନମ୍ବର 8895568900 କିମ୍ବା ମେଲ ଆଇଡି spjsp.orpol.@nic.in ଓ ଟୁଇଟର Jaipur police ମାଧ୍ୟମରେ ଅଭିଯୋଗ କରିବାକୁ ନିବେଦନ କରାଯାଇଛି । ଏଥିରେ ଜନ ସାଧାରଣ ସହଯୋଗ କରିବାକୁ ଏସ ପି ପ୍ରକାଶ ରଙ୍ଗରାଜ କହିଛନ୍ତି ।

ଜଗତସିଂହପୁର ରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ABOUT THE AUTHOR

...view details