ଜଗତସିଂହପୁର:ତୈଳ ବିଶୋଧନାଗାରରେ କାମ କରୁଥିବା ଠିକାଦାରଙ୍କୁ ଛଟେଇ ଅଭିଯୋଗ । ଏନେଇ ଶ୍ରମବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ଶ୍ରମିକମାନେ । ବକେୟା ଦରମା ଓ ଫାଇନାଲ ଟଙ୍କା ଦାବି କରି କାର୍ଯ୍ୟାଳୟ ଆଗରେ ଶାନ୍ତିପୂର୍ଣ୍ଣ ଭାବରେ ଧାରଣାରେ ବସିଛନ୍ତି ଶ୍ରମିକ ।
ସୂଚନା ମୁତାବକ, ପାରାଦୀପ ତୈଳ ବିଶୋଧନାଗାରରେ ଠିକା କମ୍ପାନୀ ଏଲଆଣ୍ଡଟି ଅଧୀନରେ କାମ କରୁଥିବା ଶ୍ରମିକମାନଙ୍କୁ ଛଟେଇ କରାଯାଇଛି । ତେବେ ଏନେଇ ପ୍ରତିବାଦ ରେ ପାରାଦୀପ ଶ୍ରମ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ସହ ଥାଳି ଧରି ଶ୍ରମିକ ମାନେ ଧାରଣା ଦେଇଛନ୍ତି। ଶ୍ରମିକ ମାନେ ଅଭିଯୋଗ କରିଛନ୍ତି ଯେ, ମେଟକାଟ କମ୍ପାନୀ ଦୀର୍ଘ ଦୁଇ ବର୍ଷରୁ ଊର୍ଦ୍ଧ୍ୱ ଧରି ଶ୍ରମିକ ମାନେ କାର୍ଯ୍ୟ କରୁଥିବା ବେଳେ କମ୍ପାନୀ ର କାମ ସରିଯିବା କାରଣରୁ ଶ୍ରମିକ ମାନଙ୍କୁ ବିନା ନୋଟିସ ରେ ଦୁଇ ମାସ ହେବ କାମରୁ ଛଟେଇ କରିଥିଲା ମେଟକାଟ କମ୍ପାନୀ l ଏଥିରେ ଅନେକ ଶ୍ରମିକ ଙ୍କ ବକେୟା ଦରମା ବାକି ରହିଥିବା ବେଳେ ସେମାନଙ୍କୁ କାର୍ଯ୍ୟ ରୁ ଛଟେଇ କରିଛି କମ୍ପାନୀ l ଯାହାକୁ ନେଇ ଶ୍ରମିକ ମାନେ ନିଜର ବକେୟା ପାଉଣା ଓ ଫାଇନାଲ ପଇସା ଦାବି କରି ଶ୍ରମ ବିଭାଗ କାର୍ଯ୍ୟାଳୟ ର ଦ୍ବାରସ୍ଥ ହୋଇଛନ୍ତି ।